25.8 C
Bhubaneswar
Saturday, July 27, 2024
Homeଓଡିଶାଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତଛିଟା

ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତଛିଟା

ପୂରୀ : ଶ୍ରୀମନ୍ଦିର ଭିତର କାଠ ନିକଟରେ ଅଘଟଣ ଘଟିଛି । କାଠ ନିକଟରେ ରକ୍ତଛିଟା ଦେଖିବା ପରେ ଶ୍ରୀଯୀଉଙ୍କର ହେଲା ମହାସ୍ନାନ । ଏହାଯୋଗୁଁ ସକାଳ ନିତୀରେ ମଧ୍ୟ ସାମାନ୍ୟ ବିଳମ୍ବ ହୋଇଥିଲା ମହାସ୍ନାନ ନିତୀ ସମ୍ପର୍ଣ୍ଣ ହେବା ପରେ ପୁଣି ସାଧାରଣ ଲୋକଙ୍କୁ ପ୍ରଭୁଙ୍କ ଦର୍ଶନ ପାଇଁ ଛଡାଯାଇଛି । ପରମ୍ପରା ଅନୁସାରେ ଶ୍ରୀମନ୍ଦିର ଗର୍ଭଗୃହ ଭିତରେ ରକ୍ତଛିଟା ଦେଖିଲେ ଠାକୁରଙ୍କ ମହାସ୍ନାନ ନିତୀ ହୋଇଥାଏ । ତେବେ ଏହି ରକ୍ତ ଛିଟା କେଉଁଠାରୁ ଆସିଲା ତାହା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ପ୍ରଭୁଙ୍କର ଅବକାଶ ନିତୀ ହେଉଥିବା ସମୟରେ ଗର୍ଭଗୃହରେ ରକ୍ତଛିଟା ଦେଖିବାକୁ ମିଳିଥିଲା ଯାହାକି ଭିତର କାଠ ରେ ଦେଖିବାକୁ ମିଳିଥିଲା । ସେବାୟତ ମାନେ ଏହି ରକ୍ତଛିଟା ଦେଖିବା ପରେ ମହାପ୍ରଭୁଙ୍କର ମହାସ୍ନାନ ନିତୀ କରାଇଥିଲେ ଓ ଏହି ସମୟରେ ସାଧାରଣ ଦର୍ଶନକୁ ବନ୍ଦ କରିଦିଆଯାଇଥିଲା । ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking