ହୋଇଛି କୋଟି କୋଟି ଟଙ୍କାର ହେରଫେର ; ଆୟକର ବିଭାଗ

ମୁମ୍ବାଇ : ଫ୍ଲିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ତାଙ୍କ ସହଯୋଗୀ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘରେ ଆୟକର ବିଭାଗ ଚଢଉ ଏବଂ ତଦନ୍ତ କରିବା ପରେ ପରେ ଯାଞ୍ଚ ଏଜେନ୍ସିଙ୍କୁ କୋଟି କୋଟି ଟଙ୍କାର ହେରଫେର ହୋଇଥିବା ଜଣା ପଡିଛି । ଏହପରେ କଶ୍ୟପ ଓ ତାପସୀଙ୍କ ପାଇଁ ଅଡୁଆ ବଢିଯାଇଛି । କୁହାଯାଉଛି କିି, ଅନୁରାଗ ଓ ତାପସୀ ମିଳିତ ଭାବେ ଫାଣ୍ଟମ ନମକ ଏକ ପ୍ରଡ୍‌କସନ ହାଉସ ଖୋଲିଥିଲେ । ଯାହା ଏବେ ବନ୍ଦ ହୋଇସାରିଛି ।

ଆୟକର ବିଭାଗ ଦିଲ୍ଲୀ , ମୁମ୍ବାଇ,ହାଇଦ୍ରାବାଦ, ପୂନେ ଠରେ ଫାଣ୍ଟମ ଫିଲ୍ମ ରେ ଜଡିତ ଥିବା ୨୮ ଟି ସ୍ଥାନକୁ ଚଢାଉ କରିଥିଲା । ଏହାସହ ଅନୁରାଗ କଶ୍ୟପ, ତାପସୀ ପନ୍ନୁ, ବିକାଶ ବେହେଲ , ମଧୁ ମେଣ୍ଟିନାଙ୍କ ଅନେକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଗୁଡିକୁ ଚଢାଉ କରିଥିଲା ।
ଆୟକର ବିଭାଗର କହିବା ଅନୁଯାୟୀ ପ୍ରତିଷ୍ଠିତ ଫିଲ୍ମ ପ୍ରଡ୍‌କସନ ହାଉସ ବାସ୍ତବିକ ବକ୍ସ ଅଫିସ କଲେକ୍ସନ ତୁଳନାରେ ହୋଇଥିବା ଆୟର ସମ୍ପୁର୍ଣ୍ଣ ତଥ୍ୟ ଦିଆଯାଇନାହିଁ । ଏହାସହ ୩୦୦ କୋଟି ଟଙ୍କ ।ର କୌଣସି ହିସାବ ମିଳୁନାହିଁ ଓ ୩୫୦ କୋଟି ଟଙ୍କା ଚୋରୀ ହେବା ଜଣାପୁଉଛି । ଆୟକର ବିଭାଗ ଏହାକୁ ନେଇ ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here