25.8 C
Bhubaneswar
Saturday, July 27, 2024
Homeଓଡିଶାମାଡିଆସୁଛି ଅର୍ଥନୈତିକ ମାନ୍ଦାବସ୍ଥା – ମାୟାଧର

ମାଡିଆସୁଛି ଅର୍ଥନୈତିକ ମାନ୍ଦାବସ୍ଥା – ମାୟାଧର

ଯାଜପୁର: ଇସ୍ରାଏଲ-ପାଲେଷ୍ଟାଇନ୍‍, ରୁଷ-ୟୁକ୍ରେନ୍‍ ଯୁଦ୍ଧଯୋଗୁ ଯୁଦ୍ଧସାମଗ୍ରୀ, ଇନ୍ଧନ ଦର ଉଚ୍ଚରେ ଅଛି । ଯାହାଫଳରେ ବିଶ୍ୱବାଣିଜ୍ୟ ସ୍ଥିତି ଚାପରେ ଅଛି । ଲୋହିତ ସାଗରରେ କାର୍ଗୋ ଜାହାଜ ଅପହରଣ ପରେ ଯୋଗାଣ ଶୃଙ୍ଖଳାରେ ସଂକଟ ଘନଉଛି । ଯୁଦ୍ଧ ଯୋଗୁଁ ପରିବହନ ଖର୍ଚ୍ଚ ବଢୁଥିବାବେଳେ ପରିବହନରେ ବାଧା ଯୋଗୁ ବିଶ୍ୱ ଅର୍ଥନୀତି ଓ ବାଣିଜ୍ୟ ପ୍ରତି ସଂକଟ ଦେଖାଯାଇଛି । ବିଶ୍ୱରେ ଅଧିକାଂଶ ସ୍ଥାନରେ ଶକ୍ତି ଓ ଖାଦ୍ୟ ସମସ୍ୟା ଦେଖାଦେବ । ଯାହାଫଳରେ ୨୦୨୪ରେ ଭୟଙ୍କର ମାନ୍ଦାବସ୍ଥା ଆସିପାରେବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶିଷ୍ଟ ଚିନ୍ତକ ମାୟାଧର ନାୟକ ।
ଶ୍ରୀ ନାୟକ ଗଣ ମାଧ୍ୟ୍ୟମ ନିକଟରେ ପ୍ରକାଶ କରି ମତ ରଖିଛନ୍ତି ଯେ – ବର୍ତ୍ତମାନ ଅର୍ଥନୈତିକ ମାନ୍ଦାବସ୍ଥାର ଜୋରସୋର ପ୍ରଚାର ଚାଲିଛି ମିଡିଆ ମାଧ୍ୟମରେ । ଏ ଧୂଆଁବାଣରେ ଏସିଆ ମହାଦେଶର ମାନଚିତ୍ର ଆଜି ପାଂଶୁଳ ଓ ପାଣ୍ଡୁଳ । ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ନିଜ ନିଜ ମଧ୍ୟରେ ଯୁଦ୍ଧପ୍ରବୃତ୍ତ କରାଇ ସଭ୍ୟତା ଓ ସଂସ୍କୃତିର ସାମାଧି ରଚନା କରିବାକୁ ଆଗେଇଛି ଆମେରିକା । ଆଗେ ଅସ୍ତ୍ରରେ, ଏବେ କିନ୍ତୁ ଅସ୍ତ୍ର ନୁହେଁ ଅର୍ଥରେ ଏକପ୍ରକାର ନୂତନ କଳକୌଶଳପୂର୍ଣ୍ଣ ଆତଙ୍କବାଦ । ଆମେରିକା ଏବେ ନିଜର ଆସୁରିକତାକୁ ତତ୍ତ୍ୱ ଓ ତଥ୍ୟର କୂଟ ଚଢାଇ ଅଦ୍ଭୁତପୂର୍ବ ଅର୍ଥନୈତିକ ଅଭାବ ଆତଙ୍କ ପାଇଁ ବିଶ୍ୱ ରଙ୍ଗମଞ୍ଚରେ ଯେତେ କୁମ୍ଭିର କାନ୍ଦଣା କାନ୍ଦିଲେ ବି ତା’ର ଏ କୂଟନୈତିକ କ୍ରନ୍ଦନ “ଲୁଚିଚି ନା ଗୋଡ ଦି’ଟା ଦିଶୁଚି” ଭଳି ତାକୁ ପଦାରେ ପକାଇବାକୁ ଯାଉଛି ଅଦୂର ଭବିଷ୍ୟତରେ । ୨୦୦୮ ମସିହାରୁ ଲାଗିରହିଥିବା ମାନ୍ଦାବସ୍ଥା ଏବେ ୨୦୨୩ରେ ସେଇ ଆମେରିକାରେ ଅର୍ଥସଂକଟରେ ପଡି ଦୁଆଳିଆ ହେବାକୁ ଯାଉଛି । ବର୍ତ୍ତମାନ ବିଶ୍ୱ ବିପର୍ଯ୍ୟୟ ଅନ୍ଧମୁହାଣିରେ ଅର୍ଥନୀତି । ପୁଞ୍ଜିବାଦୀ ପ୍ରେତର ପ୍ରଳାପ, ବିଶ୍ୱଧ୍ୱଂସର ବିଳାପ କରିଚାଲିଛି ଆମେରିକା । ବିକୃତ ବଣିକତନ୍ତ୍ରର ବିଷଦଂଶିତ ବିଶ୍ୱଭାରତକୁ ରକ୍ଷାକରିବାକୁ ହେବବୋଲି ଶ୍ରୀ ନାୟକ ଓଏନ କୁ ସୂଚନା ଦେଇ ଛନ୍ତି ।ରିପୋର୍ଟ ଅଭିମନ୍ୟୁ ମିଶ୍ର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking