20.1 C
Bhubaneswar
Tuesday, February 27, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

“ସମ୍ପର୍କ ” ଦଶ ବର୍ଷର ହେଉ ବା ଦଶ ଦିନରେ ହେଉ, ବିଶ୍ବାସ ନ ରହିଲେ ସେ ସମ୍ପର୍କର କିଛି ମୂଲ୍ୟ ନାହିଁ ।
” ଅର୍ଥ ” ଆଉ ” ସ୍ବାର୍ଥ ” ମଣିଷକୁ ଅମଣିଷ କରିଦିଏ ।

ସମ୍ପର୍କ କେବେ ବି ଦୂରତ୍ବରେ ଶେଷ ହୁଏ ନା —- ସମ୍ପର୍କ ଶେଷ ହୁଏ କେବଳ ଅହଙ୍କାର, ଅସମ୍ମାନ, ସ୍ୱାର୍ଥପରତା ଏବଂ ବିଶ୍ବାସ ଘାତକ ଦ୍ଵାରା ।

କାହାର ରାଣ ଖାଇ ମିଛ କଥା କହିଲେ କେହି ମରି ଯାଏ ନାହିଁ, କେବଳ ବିଶ୍ବାସ ମରିଯାଏ ।

ଜୀବନ ହେଉଛି ଏକ Difficult exam, ଏହି exam ରେ ସେହିମାନେ fail ହୋଇଯାଆନ୍ତି, ଯେଉଁ ମାନେ ଅନ୍ୟକୁ copy କରିବାକୁ ଚେଷ୍ଟା କରନ୍ତି କାରଣ ସେମାନେ ଜାଣନ୍ତି ନାହିଁ ଯେ, ଏଠି ସମସ୍ତଙ୍କର ଅଲଗା ଅଲଗା question paper , ତେଣୁ ନିଜକୁ କେବେ ଅନ୍ୟ ସହ ତୁଳନା କରନ୍ତୁ ନାହିଁ ।କାରଣ ଭଗବାନ ସମସ୍ତଙ୍କୁ ସମାନ କରି ନାହାଁନ୍ତି ।ତେଣୁ ନିଜ ହିସାବରେ ନିଜେ ରୁହନ୍ତୁ ।

ଯୋଗିନୀ ଦକ୍ଷିଣେ । ସନ୍ଧ୍ୟା ଘ୫।୧୩ ଗତେ ପଶ୍ଚିମେ ।ଯାତ୍ରାଦି ଶୁଭ କର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୩।୨୭ ଗତେ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ୱାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର । ବୃଷ ସିଂହ କନ୍ୟା ରାଶିର ଘାତବାର । ଦିବା ଘ୭।୨୭ ମଧ୍ୟେ ଘ୩।୪୯ ଗତେ ଘ୫।୧ ମଧ୍ୟେ କାଳବେଳା । ଘ୧୨।୫୫ ଗତେ ଘ୨।୧୭ ମଧ୍ୟେ ବାରବେଳା ରାତ୍ରି ଘ୬।୩୯ ମଧ୍ୟେ ଘ୪।୨୭ ଗତେ ଘ୬।୫ ମଧ୍ୟେ କାଳରାତ୍ରି ।ମୃତେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୩।୨୭ ଗତେ ଦଶମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବନ୍ଧ୍ୟା ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବାର୍ତ୍ତାକୀ (ବାଇଗଣ) ସନ୍ଧ୍ୟା ଘ୫।୧୩ ଗତେ ମାଷ(ବିରି) ଭକ୍ଷଣ ନିଷେଧ । ଅଦ୍ୟ ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା । ଶିବ ଉତ୍‌ଥାପନ ଓ ବୈକୁଣ୍ଠ ଚତୁର୍ଦ୍ଦଶୀ । ବଡ଼ ଓଷା ।

(ଅମୃତ) – ଦିବା ଘ୬।୫୩ ମଧ୍ୟେ ଘ୭।୪୧ ଗତେ ଘ୧୦।୫ ମଧ୍ୟେ ଘ୧୨।୨୯ ଗତେ ଘ୩।୪୧ ମଧ୍ୟେ ଗ୪।୨୯ ଗତେ ଘ୫।୧ ମଧ୍ୟେ ରାତ୍ରି ଘ୧୨।୧୩ ଗତେ ଘ୧।୪୯ ମଧ୍ୟେ ।(ମାହେନ୍ଦ୍ର) – ରାତ୍ରି ଘ୧।୪୯ ଗତେ ଘ୨।୩୭ ମଧ୍ୟେ ।
ରାଶି ଫଳ

ମେଷ: କୌଣସି କାମରେ ଭାଇ ଭଉଣୀଙ୍କର ସହଯୋଗ ପାଇବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ଜୀବନରେ ଖୁବ୍ ଉନ୍ନତି ହେବ।‌

ବୃଷ: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଦୀର୍ଘ ଦିନର ବାକିଥିବା କାମ ପୂରା ହୋଇଯିବ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ।‌

ମିଥୁନ: ଅଫିସ କାମରେ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧକୁ ନେଇ ଅତ୍ୟଧିକ ଭାବପ୍ରବଣ ହେବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ବୈବାହିକ ଜୀବନ ଖୁସିରେ ପୂର୍ଣ୍ଣ ରହିବ। ଉଚ୍ଚ ଅଧିକାରୀଙ୍କ ସହ କୌଣସି ବିଷୟରେ କଥା ହେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ସିଂହ: ନିତିଦିନିଆ କାମରେ ଆପଣଙ୍କୁ ସଫଳତା ମିଳିବ। ଲୋକମାନଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ଶତ୍ରୁଙ୍କୁ ପରାସ୍ତ କରିବେ।

କନ୍ୟା: ଆଇନ ମାମଲାରେ ବିଶେଷ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ଆପଣଙ୍କୁ ନୂଆ ବ୍ୟବସାୟର ପ୍ରସ୍ତାବ ମିଳିବ। ଆପଣଙ୍କର ସଫଳତା ସୁନିଶ୍ଚିତ ହେବ।‌

ତୁଳା: ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। କିଣାବିକାରେ ଆପଣଙ୍କୁ ଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ।

ବିଛା: ପରିବାର ସହ ମନୋରଂଜନ ଲାଗି ଘରେ କୌଣସି ଖେଳ ଖେଳିବାର ଯୋଜନା କରିବେ। ବେପାରୀଙ୍କୁ ଅଚାନକ ଧନଲାଭ ହେବ। ଅଫିସ କାମ ନିର୍ଦ୍ଧାରିତ ସମୟ ଭିତରେ ପୂରା ହୋଇଯିବ।

ଧନୁ: ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେଯାଇ ସଫଳତା ପାଇବେ। ସ୍ବାସ୍ଥ୍ୟ ଲାଭ ପାଇଁ ଯୋଗ କରନ୍ତୁ। ମାତାପିତାଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ।

ମକର: ଆପଣଙ୍କର କୌଣସି ଜରୁରୀ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାର ଯୋଜନା କରିପାରନ୍ତି। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ପାଇବ।

କୁମ୍ଭ: ଅଧିକାରୀମାନଙ୍କ ସହ ବିଶେଷ ପ୍ରସଙ୍ଗ ନେଇ କଥାବାର୍ତ୍ତା କରିବେ। ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ। ଆପଣ ଧନଲାଭର ସୁଯୋଗ ପାଇବେ।

ମୀନ: ପରିବାର ସହଯୋଗରେ ଜରୁରୀ କାମ ପୂରା ହୋଇଯିବ। କୌଣସି କଥାକୁ ନେଇ ଦୃଢ଼ନିଶ୍ଚୟ ରହିପାରିବେ ନାହିଁ। ବାହାରର ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking