21.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ

ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ର ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଥିଲେ ସୁଦ୍ଧା ଏଥିରେ ଉତ୍ସାହିତ ହେବାର କୌଣସି କାରଣ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ଦେଶରେ ୨୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୬୦,୦୮୬କୁ ବୃଦ୍ଧି ପାଇଛି ।

ଇତିମଧ୍ୟରେ ୪,୨୫,୨୧,୩୪୧ ଜଣ ସୁସ୍ଥ ହୋଇସାରିଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬,୫୨୨କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ କୋଭିଡ୍ ଯୋଗୁଁ ୩୦ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ମୋଟ ମୃତକଙ୍କ ସଂଖ୍ୟା ୫,୨୨,୨୨୩ରେ ପହଞ୍ଚିଛି । ରାଜଧାନୀ ଦିଲ୍ଲୀରେ ଦୈନିକ ସଂକ୍ରମଣ କ୍ରମାଗତ ତୃତୀୟ ଦିନ ଧରି ୧୦୦୦ ଉପରେ ରହିଛି । ୨୪ ଘଣ୍ଟାରେ ଦିଲ୍ଲୀରେ ୧୦୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ମହାରାଷ୍ଟ୍ର, ତାମିଲନାଡୁରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ଅପରପକ୍ଷରେ ନୋଏଡାରେ ଗୋଟିଏ ଦିନରେ ମାସ୍କ୍ ପିନ୍ଧିନଥିବାରୁ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜୋରିମାନା ଗଣିବାକୁ ପଡିଛି । ସର୍ବସାଧାରଣ ସ୍ଥାନରେ ମାସ୍କ୍ ପିନ୍ଧିନଥିବାରୁ ରବିବାର ନୋଏଡା ଓ ଗ୍ରେଟର ନୋଏଡାରେ ୧୦୧୮ ଜଣଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking