ବ୍ରାଜିଲ୍: ଏମିତି ବି ଆସେ ମୃତ୍ୟୁ । ଗୀତ ଗାଉ ଗାଉ ଟଳିପଡିଳେ ଗାୟକ । ପରଲୋକରେ ବ୍ରାଜିଲର ଫେମସ କଣ୍ଠଶିଳ୍ପୀ ପେଡ୍ରୋ ହେନ୍ରିକ୍ । ବୁଧବାର ବ୍ରାଜିଲରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ୩୦ ବର୍ଷୀୟ ପେଡ୍ରୋ ମଞ୍ଚରେ ଗୀତ ଗାଉଥିଲେ । ହେଲେ ଗୀତ ଗାଇବା ଏବଂ ଦର୍ଶକଙ୍କ ସହ କଥାବାର୍ତ୍ତା କରିବା ସମୟରେ ସେ ତାଙ୍କ ଅଭିନୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ହଠାତ୍ ସେ ତଳେ ପଡ଼ିଯାଇ ଚେତାଶୂନ୍ୟ ହୋଇଗଲେ ।
ବୁଧବାର ବ୍ରାଜିଲରେ ଘଟିଥିବା ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି । ଭାଇରାଲ ହୋଇଥିବା ଭିଡିଓରେ ଅନେକ କିଛି ସ୍ପଷ୍ଟ ହୋଇଛି । କିନ୍ତୁ କୌଣସି କାରଣ ବଶତଃ ଆମେ ଆପଣଙ୍କୁ ସେ ଭିଡିଓଟି ଦଖାଇପାରିବୁନି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କୁ ମୃତ୍ୟୁ ସମୟର ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ପେଡ୍ରୋ ମଞ୍ଚରେ ଠିଆ ହୋଇ ନିଜର ଷ୍ଟେଜ୍ ସୋ କରୁଛନ୍ତି । ଏମିତିକ ଗୀତ ଗାଇବା ସହ ଦର୍ଶକଙ୍କୁ ବି ନଚାଉଛନ୍ତି । ପେଡ୍ରୋ ଭାଇ ସେର ଟୋ ଲିଣ୍ଡୋ ନାମକ ଏକ ଗୀତ ଗାଉଥିଲେ ।
ସେ ଧଳା ପ୍ୟାଣ୍ଟ-ସୁଟ୍ ପିନ୍ଧି ହାତ ହଲାଇ ଛିଡା ହୋଇ ଏନଜୟ କରୁଛନ୍ତି । ଦର୍ଶକଙ୍କ ମଧ୍ୟରେ ଠିଆ ହୋଇଥିବା ପ୍ରଶଂସକମାନେ ମଧ୍ୟ ତାଙ୍କ ସ୍ୱର ସହିତ ମେଳ କରିବାକୁ ଚେଷ୍ଟା କରୁଥିଲେ । ହେଲେ ଏକ ଲମ୍ବା ନୋଟ୍ ନେବା ପରେ ସେ କିଛି ସମୟ ଅଟକି ଗଲେ । ଭାରସାମ୍ୟ ହରାଇ ମଞ୍ଚ ଉପରେ ପଡ଼ି ଚେତାଶୂନ୍ୟ ହୋଇଗଲେ । ପେଡ୍ରୋ ହେନ୍ରିକ୍ଙ୍କ ସହିତ ଠିଆ ହୋଇଥିବା ଗୀତାଞ୍ଜଳି ତାଙ୍କୁ ଅନାଇ ରହିଲେ ।