27.1 C
Bhubaneswar
Sunday, September 29, 2024
Homeଅପରାଧପ୍ରେମିକାକୁ ଧରି ଫେରାର ହୋଇଯାଇଥିଲେ ଯୁବକ, ୧୫ ବର୍ଷ ପରେ ଧରିଲା ପୋଲିସ

ପ୍ରେମିକାକୁ ଧରି ଫେରାର ହୋଇଯାଇଥିଲେ ଯୁବକ, ୧୫ ବର୍ଷ ପରେ ଧରିଲା ପୋଲିସ

ଲକ୍ଷ୍ନୌ: ୧୫ ବର୍ଷ ତଳେ ଜଣେ ନାବାଳିକାଙ୍କୁ ଧରି ଫେରା ହୋଇଯାଇଥିଲେ ଯୁବକ । ଏନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ କରିଥିଲେ ଅଭିଯୋଗ । ପୋଲିସ ତଦନ୍ତ କରି ୧୫ ବର୍ଷ ଧରି ଫେରାର ଥିବା ଯୁବକଙ୍କୁ ବର୍ତ୍ତମାନ ଗିରଫ କରିଛି । ଉତ୍ତରପ୍ରଦେଶର ସାହରନପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏପରି ଘଟଣା । ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଜଣଙ୍କୁ ଗିରଫ କରିଛି ପୋଲିସ । ଯୁବକ ନାବାଳିକାଙ୍କୁ ଧରି ଫେରାର ହୋଇଯିବା ପରେ ବିବାହ କରିଥିଲେ । ଏବେ ତାଙ୍କର ୨ଜଣ ଝିଅ ରହିଥିବା ବେଳେ ଦିନ ମଜୁରିଆ ଭାବେ ଉଭୟ କାର୍ଯ୍ୟ କରୁଛନ୍ତି । ୧୫ ବର୍ଷ ତଳେ ନାବାଳିକାଙ୍କ ପରିବାର ଲୋକେ ଯୁବକଙ୍କ ବିରୋଧରେ କୋଟୱାଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ।

ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ୧୫ ବର୍ଷ ପରେ ତାକୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି । ୨୦୦୭ ମସିହାରେ କୋଟୱାଲି ପୋଲିସ ଷ୍ଟେସନରେ ରାମଧାନଙ୍କ ପୁଅ ବାବୁରାମ ଏକ ମାମଲା ଦାୟର କରିଥିଲେ । ଫିରୋଜପୁର ଗ୍ରାମର ବାସିନ୍ଦା ମଣିରାମଙ୍କ ପୁଅ ସନ୍ଦିପ ସେହିଗ୍ରାମର ରାମଧନଙ୍କ ଝିଅ ପିଙ୍କିଙ୍କୁ ଧରି ଫେରାର ହୋଇଯାଇଥିବା ସେ ଅଭିଯୋଗ ପତ୍ରରେ ଲେଖିଥିଲେ । ସେହି ସମୟରେ ପିଙ୍କିର ବୟସ ମାତ୍ର ୧୫ ବର୍ଷ ରହିଥିଲା । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । କିନ୍ତୁ ଦୀର୍ଘ ୧୫ ବର୍ଷ ଧରି ଉଭୟଙ୍କ ଠିକଣା ପାଇପାରିନଥିଲା ପୋଲିସ । କିନ୍ତୁ ସନ୍ଦୀପଙ୍କ ବିଷୟରେ ଯିଏ ସୂଚନା ଦେବେ ତାଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବା ନେଇ ଘୋଷଣା କରିଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking