36.1 C
Bhubaneswar
Sunday, April 27, 2025
Homeଦେଶ ବିଦେଶପୁରୁଷଙ୍କଠୁ ମାଡ଼ ଖାଇବା ପାଇଁ ଭିକ ମାଗିଥାନ୍ତି ଏହି ଦେଶର ମହିଳା ମାନେ.......

ପୁରୁଷଙ୍କଠୁ ମାଡ଼ ଖାଇବା ପାଇଁ ଭିକ ମାଗିଥାନ୍ତି ଏହି ଦେଶର ମହିଳା ମାନେ…….

ନୂଆଦିଲ୍ଲୀବିଶ୍ୱର ବିଭିନ୍ନ ସ୍ଥାନରେ ଆଜି ବି ଅଜବଗଜବ ପରମ୍ପରା ରହିଛି । ବିଜ୍ଞାନ ଯେତେ ଆଗକୁ ଦୌଡ଼ୁଥିଲେ ମଧ୍ୟ ପରମ୍ପରା ଉପରେ କୌଣସି ପ୍ରଭାବ ପକାଇପାରିନି। ଯେତେବେଳେକି ଲୋକେ ଚନ୍ଦ୍ରରେ ଘର କରିବାକୁ ପ୍ରସ୍ତୁତ ହେଲେଣି, ସେହି ପିଢ଼ିରେ କିଛି ଲୋକ ପରମ୍ପରା ନାଁରେ ବିବାହ ପାଇଁ ରକ୍ତାକ୍ତ ହେଉଛନ୍ତି ତ ଆଉ କେଉଁଠି ପୁରୁଷତ୍ୱ ପ୍ରମାଣ କରିବାକୁ ପଶୁର ରକ୍ତ ମଧ୍ୟ ପିଉଛନ୍ତି। ଆଜି ଆମେ ଏପରି ଆଫ୍ରିକାନ ଜନଜାତି ବାବଦରେ କହିବୁ, ଯେଉଁଠାରେ ମହିଳାମାନେ ନିର୍ଦ୍ଦୟ ଭାବେ ମାଡ଼ ଖାଇଥାନ୍ତି। ତଥାପି ସେମାନେ ଏହାକୁ ସେମାନଙ୍କର ଗର୍ବ ବୋଲି ଭାବନ୍ତି ।

ହୈମର ଟ୍ରାଇବର ଲୋକଙ୍କ ମଧ୍ୟରେ ଥିବା ଅଜବଗଜବ ପରମ୍ପରା ମଧ୍ୟରୁ ଏକ ପରମ୍ପରା ହେଉଛି ଉକୁଲି ତୁଲା। ଏହି ପରମ୍ପରା ଅନୁସାରେ ବିବାହର ବୟସ ହେବା ପରେ ପୁରୁଷ ଓ ମହିଳାଙ୍କୁ ଏହାର ପ୍ରମାଣ ଦେବାକୁ ପଡ଼ିଥାଏ। ଏଥିରେ ମହିଳାଙ୍କୁ ଖୁବ୍‌ ମାଡ଼ ମଧ୍ୟ ମରାଯାଇଥାଏ।  ଯେମିତିକି ପୁଅମାନେ ପଶୁଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେଲେ ବିବାହ କରିପାରିବେ ନାହିଁ। ସେହିଭଳି ଯେଉଁ ମହିଳାଙ୍କୁ ଚାପୁଡ଼ା ମରାଯାଏ, ଆଉ ସେ ଯଦି କାନ୍ଦନ୍ତି ତେବେ ସେ ବିବାହ କରିପାରିବେ ନାହିଁ। ଆସନ୍ତୁ ଏହି ଅଜବ ପ୍ରଥା ବିଷୟରେ ଅଧିକ ଜାଣିବା।

ମାଡ଼ ଖାଇବା ପାଇଁ ମାଗିବାକୁ ପଡ଼େ ଭିକ: ବିବାହ ପାଇଁ ଯେଉଁ ମହିଳାଙ୍କୁ ଡକାଯାଇଥାଏ, ତାଙ୍କୁ ମାଡ଼ ମାରିବା ପାଇଁ ଏକ ଗ୍ରୁପ ଆସିଥାନ୍ତି। ଯାହାକୁ ମାଜା କୁହାଯାଏ। ସେମାନେ ସେହି ମହିଳାଙ୍କୁ ଠେଙ୍ଗାରେ ମାଡ଼ ମାରିବା ଆରମ୍ଭ କରିଥାନ୍ତି। ଏହି ସମୟରେ ସେମାନେ କଷ୍ଟରେ କାନ୍ଦି ପାରିବେ ନାହିଁ କି ସେଠାରୁ ଦୌଡ଼ି ଯାଇପାରିବେ ନାହିଁ। ମହିଳାମାନେ ଏହି ମାଡ଼କୁ ସହ୍ୟ କରିଥାନ୍ତି। ଯେଉଁ ମହିଳାଙ୍କୁ ମାଡ଼ ମରାଯାଏ ନାହିଁ, ସେ ମାଡ଼ ଖାଇବାକୁ ଭିକ ମାଗିଥାନ୍ତି। ଏହି ପ୍ରକ୍ରିୟାରେ ଯେଉଁ ମହିଳାଙ୍କୁ ଅଧିକ ମାଡ଼ ମରାଯାଇଥାଏ ଏବଂ ସେ ଏହାକୁ ସହ୍ୟ କରିଥାନ୍ତି, ତାଙ୍କୁ ଆଗ ବିବାହ କରାଇ ଦିଆଯାଏ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking