25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶପ୍ରେମରେ ବିଫଳ ହେବାରୁ ଚରମ ନିଷ୍ପତ୍ତି ନେଲେ ମହିଳା ଅଗ୍ନିବୀର

ପ୍ରେମରେ ବିଫଳ ହେବାରୁ ଚରମ ନିଷ୍ପତ୍ତି ନେଲେ ମହିଳା ଅଗ୍ନିବୀର

ମୁମ୍ବାଇ: ପୁଣି ଜୀବନ ହାରିଲେ ଆଉ ଜଣେ ଅଗ୍ନିବୀର । ପ୍ରେମରେ ବିଫଳ ହେବାରୁ ମହିଳା ଅଗ୍ନିବୀର ଜୀବନ ହାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ମାଲାଡ ମାଲଭାନି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଜୀବନ ହାରିଥିବା ଅଗ୍ନିବୀର ହେଉଛନ୍ତି ଅପନ୍ନା ନାୟର । ଦୁର୍ଘଟଣା ଜନିତ ତାଙ୍କର ମୃତ୍ୟୁ ହୋଇଥିବା ମାଲଭାନୀ ପୋଲିସ ଷ୍ଟେସନରେ ମାମାଲା ରୁଜୁ ହୋଇଥିବା ଡେପୁଟି କମିଶନର ରାଜ ତିଲକ ରାଉଶନ ସୂଚନା ଦେଇଛନ୍ତି । ବାୟୁସେନାରେ ଫାୟାର ଫାଇଟର ଭାବେ ଟ୍ରେନିଂ ନେଉଥିବା ବେଳେ ଜୀବନ ହାରିଛନ୍ତି ମହିଳା ଅଗ୍ନିବୀର ।

ମାଲଭାନୀ ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ଦୁର୍ଘଟଣା ଜନିତ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଥିବା ମାମଲା ରୁଜୁ କରିଛି ପୋଲିସ । ଯୁବତୀ ଜଣଙ୍କର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ସମ୍ପର୍କରେ ଫାଟ ହେବାରୁ ସେ ଜୀବନ ହାରିଥିବା ପୋଲିସ କହିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଯୁବତୀ ଜଣଙ୍କ ଓଘଝରେ ଟ୍ରେନିଂ ନେଉଥିବା ସମୟରେ ଜୀବନ ହାରିଥିଲେ । ସଙ୍ଗେସଙ୍ଗେ ଘଟଣାସ୍ଥଳରେ ନୌସେନା ଡାକ୍ତର ପହଞ୍ଚି ଚିକିତ୍ସା କରିଥିଲେ ।

କିଛି ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ଟ୍ରେନିଂ ସମୟରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିବା ପରେ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଏହି ଘଟଣାରେ ମାଲଭାନି ପୋଲିସ ଅଧିକ ତଦନ୍ତ କରୁଛି । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking