27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଦୁଷ୍କର୍ମ ଉଦ୍ୟମ କରୁଥିବା ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା

ଦୁଷ୍କର୍ମ ଉଦ୍ୟମ କରୁଥିବା ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା

ଲକ୍ଷ୍ନୌ: ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ ଗୁପ୍ତାଙ୍ଗ କାଟିଲେ ମହିଳା । କଟା ଗୁପ୍ତାଙ୍ଗକୁ ପଲିଥିନରେ ଭର୍ତ୍ତି କରି ଥାନାରେ ପହଞ୍ଚିଲେ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର କୌଶାମ୍ବୀ ଜିଲ୍ଲାରେ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ବେଳେ ଆତ୍ମରକ୍ଷା କରିବାକୁ ଯାଇ ମହିଳା ଜଣକ ତାଙ୍କର ଗୁପ୍ତାଙ୍ଗ କାଟିଥିବାର ଅଭିଯୋଗ କରିଛନ୍ତି । ଘଟଣାଟି କୌଶାମ୍ବୀ ମଞ୍ଝନପୁର ଥାନା ଅନ୍ତର୍ଗତ ଏକ ଗାଁର । ଏଠାରେ ରହୁଥିବା ମହିଳାଙ୍କ ସ୍ୱାମୀ ସାଉଦି ଆରବରେ ଚାକିରି କରନ୍ତି । ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଘରେ କାମ କରୁଥିବା ଯୁବକ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ମଙ୍ଗଳବାର ଅପରାହ୍ନରେ ସେ ଘରେ ଏକାକୀ ଥିଲେ । ତାଙ୍କ ଝିଅ ଘରେ ନଥିଲା । ଘରୋଇ ସହାୟିକା ମଧ୍ୟ କାମ ସାରି ଚାଲିଯାଇଥିଲା ।

ଏହି ସୁଯୋଗରେ ଯୁବକ ଜଣକ ତାଙ୍କ ପାଖକୁ ଆସଥିଲେ ଏବଂ ଜୋର ଜବରଦସ୍ତ ତାଙ୍କର ଫାଇଦା ଉଠାଇବାକୁ ଚେଷ୍ଟା କରିଥଲେ । ଏହାକୁ ସେ ବିରୋଧ କରିଥିଲେ ହେଁ ଯୁବକ ମାନି ନଥିଲେ । ଯୁବକ ତାଙ୍କୁ ଟାଣି ଟାଣି ରୁମ୍କୁ ନେଇଯାଇଥିଲେ ଏବଂ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ସେ ବାହାନାରେ ରୋଷେଇ ଘରକୁ ଯାଇ ସେଠାରୁ ଗୋଟିଏ ଛୁରୀ ଆଣିଥିଲେ ଏବଂ ଆତ୍ମରକ୍ଷା କରିବାକୁ ଯାଇ ତାଙ୍କର ଗୁପ୍ତାଙ୍ଗ କାଟି ଦେଇଥିଲେ । ଫଳରେ ଯୁବକ ଜଣକ ସେଠାରୁ ଦୌଡ଼ି ପଳାଇ ଯାଇଥିଲା । ଏହାପରେ ମହିଳା କଟା ଗୁପ୍ତାଙ୍ଗକୁ ପଲିଥିନରେ ଧରି ଥାନାରେ ପହଞ୍ଚିଥିଲେ ଓ ସବୁକଥା ଜଣାଇଥିଲେ । ତେବେ ଏନେଇ ସମ୍ପୃକ୍ତ ଯୁବକଙ୍କ ପକ୍ଷରୁ ଏତଲା ଦିଆଯିବା ପରେ ପୋଲିସ ମହିଳାଙ୍କୁ ହେପାଜତକୁ ନେଇଛି।

ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରି ଯୁବକ ଜଣକ କହିଛନ୍ତି ଯେ, ଓଲଟା ମହିଳା ତାଙ୍କୁ ନିଜ ଘରକୁ ଡକାଇଥିଲେ ଏବଂ ତାଙ୍କ ମୁହଁରେ ରୁମାଲ ରଖି ବେହୋସ୍ କରିଦେଇଥିଲେ । ଏହାପରେ ତାଙ୍କର ପ୍ରାଇଭେଟ୍ ପାର୍ଟ କାଟି ଦେଇଥିଲେ । ହୋସ୍ ଆସିବା ପରେ ସେ ଏ ବିଷୟରେ ଜାଣିଥିଲେ । ଗୁରୁତର ଅବସ୍ଥାରେ ସେ କୌଣସି ପ୍ରକାରେ ନିଜ ଘରେ ପହଞ୍ଚିଥିଲେ । ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣାରେ ପୋଲିସ କହିଛି, ନଭେମ୍ବର ୧୪ରେ ମଞ୍ଝନପୁର ଥାନା ଅଞ୍ଚଳର ଏକ ଗାଁରେ ବିବାଦକୁ କେନ୍ଦ୍ର କରି ଜଣେ ମହିଳା ଯୁବକଙ୍କ ଗୁପ୍ତାଙ୍ଗ କାଟି ଦେଇଥିବାର ସୂଚନା ମିଳିଥିଲା । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାର ତାଙ୍କୁ ପ୍ରୟାଗରାଜ ରେଫର୍ କରାଯାଇଥିଲା । ଏନେଇ ପୀଡିତଙ୍କ ବାପା ମହିଳାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking