28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଚାଞ୍ଚଲ୍ୟ; ୩ଛୁଆକୁ ହତ୍ୟା ପରେ ମା'ର ଆତ୍ମହତ୍ୟା ଉଦ୍ୟମ

ଚାଞ୍ଚଲ୍ୟ; ୩ଛୁଆକୁ ହତ୍ୟା ପରେ ମା’ର ଆତ୍ମହତ୍ୟା ଉଦ୍ୟମ

ଗୌହାଟୀ: ଆସାମରେ ଟ୍ରିପଲ ମର୍ଡର । ୩ ଛୁଆକୁ ହତ୍ୟା କରି ମା’ର ଆତ୍ମହତ୍ୟା ଉଦ୍ୟମ । ଆସାମର କରିମଗଞ୍ଜ ଜିଲ୍ଲାରୁ ସାମ୍ନାକୁ ଆସିଛି ଏହି ଚାଞ୍ଚଲ୍ୟକର ଘଟଣା । ଜଣେ ମହିଳା ତାଙ୍କର ୩ ଛୁଆକୁ ହତ୍ୟା କରିବା ପରେ ସାତବର୍ଷର ଭଉଣୀକୁ ମାରିବାକୁ ଉଦ୍ୟମ କରିଥିଲେ । ଏହାପରେ ନିଜେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ଏହି ଚାଞ୍ଚଲ୍ୟକର ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ସୂଚନା ଅନୁସାରେ, ଏହି ଆଶ୍ଚର୍ଯ୍ୟଜନକ ଘଟଣା ରବିବାର ଦିନ ରାମକୃଷ୍ଣ ନଗର ସ୍ଥିତ ଡୋଲୁଗାଙ୍ଗ ଗ୍ରାମରେ ହୋଇଥିଲା । ତେବେ ମହିଳାଜଣକ ନିଜ ସ୍ୱାମୀ ଏବଂ ତିନି ଛୁଆଙ୍କ ସହିତ ଡୋଲୁଗାଙ୍ଗ ଗ୍ରାମରେ ରହୁଥୁଲେ । ତେବେ ମହିଳାଙ୍କ ଭଉଣୀ ମଧ୍ୟ ତାଙ୍କ ସହ ରହୁଥିବା ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି । ତେବେ ମହିଳାଙ୍କ ସ୍ୱାମୀ ଜଣକ ସକାଳେ ଦୋକାନକୁ ଯାଇଥିବା ବେଳେ ଭଉଣୀ ସହିତ ଦୁଇ ପୁଅ ଏବଂ ଗୋଟିଏ ଝିଅ ରହିଥିଲେ । ତେବେ ସକାଳ ୯ଟା ସମୟରେ ଗ୍ରାମର କିଛି ବାଳକ ଗାଇ ଚରେଇବା ପାଇଁ ନେଇଥିବା ବେଳେ ଛୁଆମାନଙ୍କ କାନ୍ଦ ଶୁଣଥିଲେ । ତେବେ ଘଟଣା କଣ ଜାଣିବାକୁ ଚାହିଁଥିବା ବେଳେ ସେ ଧରୁଆ ଅସ୍ତ୍ରରେ ଆକ୍ରମଣ କରୁଥିବା ଦେଖିବାକୁ ପାଇଥିଲେ । ତେ ଛୁଆଙ୍କ କ୍ରନ୍ଦନ ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଗ୍ରାମବାସୀଙ୍କ ସମାଗମ ହୋଇଥିଲା ।

ତେବେ ଗ୍ରାମବାସୀ ପହଞ୍ଚିବା ସମୟରେ ତିନି ଶିଶୁ ବିଛଣାରେ ପଡିଥିବା ବେଳ ମହିଳାଙ୍କ ଭଉଣୀ ରକ୍ତ ଯୁଡୁବୁଡୁ ଅବସ୍ଥାରେ ତଳେ ପଡିଥିଲେ । ଗ୍ରାମବାସୀ କହିଛନ୍ତି ଯେ ପିଲାମାନଙ୍କୁ ହତ୍ୟା କରିବା ପରେ ମହିଳା ଜଣକ କବାଟ ବନ୍ଦ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ସାତ ବର୍ଷର ଭଉଣୀକୁ ତୁରନ୍ତ ରାମକୃଷ୍ଣ ନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗ୍ରାମବାସୀ ମହିଳାଙ୍କୁ ମଧ୍ୟ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଉଭୟଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି । ରାମକୃଷ୍ଣ ନଗର ପୋଲିସ ଏହି ତିନି ଶିଶୁଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ହୋଇଥିଲା ସେନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking