28.1 C
Bhubaneswar
Saturday, July 27, 2024
Homeଓଡିଶାଡିସେମ୍ବର ୪ରୁ ୨୨ ପର୍ଯ୍ୟନ୍ତ ଚାଲିବ ସଂସଦର ଶୀତକାଳୀନ ଅଧିବେଶନ, ଡକାଗଲା ସର୍ବଦଳୀୟ ବୈଠକ

ଡିସେମ୍ବର ୪ରୁ ୨୨ ପର୍ଯ୍ୟନ୍ତ ଚାଲିବ ସଂସଦର ଶୀତକାଳୀନ ଅଧିବେଶନ, ଡକାଗଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ସଂସଦର ଶୀତକାଳୀନ ଅଧିବେଶନ ପାଇଁ ତାରିଖ ଘୋଷଣା କରାଯାଇଛି। ଡିସେମ୍ବର ୪ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସରକାର ଶୀତ ଅଧିବେଶନ ପୂର୍ବରୁ ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଡିସେମ୍ବର ୨ ତାରିଖ ସକାଳ ୧୧ଟାରେ ସର୍ବଦଳୀୟ ବୈଠକ ଡକାଯାଇଛି। ଏହି ବୈଠକରେ ସଂସଦର ପ୍ରକ୍ରିୟା ଏବଂ ଗୃହରେ ପ୍ରସଙ୍ଗଗୁଡ଼ିକ ଉପରେ ଚର୍ଚ୍ଚାକୁ ନେଇ ସମସ୍ତ ଦଳ ସହିତ ଆଲୋଚନା ହେବ।

ସାଧାରଣତଃ ସର୍ବଦଳୀୟ ବୈଠକ କୌଣସି ବି ଅଧିବେଶନ ଆରମ୍ଭ ହେବାର ଦିନକ ପୂର୍ବରୁ ଡକାଯାଇଥାଏ। କିନ୍ତୁ ଏଥର ଶୀତ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୩ରେ ପାଞ୍ଚ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମ ଏବଂ ତେଲେଙ୍ଗାନାରେ ଭୋଟ୍ ଗଣତି ହେବ। ଏହି କାରଣରୁ ଡିସେମ୍ବର ୨ରେ ବୈଠକ ଡକାଯାଇଛି।

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳର ପ୍ରଭାବ ଶୀତକାଳୀନ ଅଧିବେଶନ ଉପରେ ମଧ୍ୟ ପଡ଼ିବ। କାରଣ, ସରକାର ଏହି ଅଧିବେଶନରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking