23.1 C
Bhubaneswar
Sunday, December 15, 2024
Homeଦେଶ ବିଦେଶକାଲି ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି

କାଲି ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ : କାଲି ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ-ହମାସ ଘମାଘୋଟ ଲଢେଇ ଭିତରେ ଯୁଦ୍ଧଭୂମି ଗସ୍ତ କରିବେ । ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ ଏନେଇ ସୂଚନା ଦେଇଛନ୍ତି । ଆସନ୍ତାକାଲି ବାଇଡେନ୍ ତେଲଅବିବ ଗସ୍ତ କରିବେ । ଇସ୍ରାଏଲ ସହ ଆମେରିକାର ଏକତାକୁ ନିଶ୍ଚିତ କରିବାକୁ ରାଷ୍ଟ୍ରପତି ବାଇଡେନ ତେଲ ଅଭିବ ଗସ୍ତ କରିବେ । ପୂର୍ବରୁ ଫୋନ୍ ଯୋଗେ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ସେଠିକାର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଗାଜା ଉପରେ ଆକ୍ରମଣ କରିବା ଭୁଲ ହେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ବାଇଡେନ୍ । ଏପଟେ ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଗାଜାରେ ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିଛି । ଧ୍ୱଂସ ସ୍ତୁପରେ ପରିଣତ ହୋଇଛି ଗାଜା ସହର । ହଜାର ହଜାର ସଂଖ୍ୟାରେ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଛି । ଏବେ ଇସ୍ରାଏଲ ସେନାର ଚେତାବନୀ ଭିତରେ ଉତର ଗାଜା ଛାଡି ଦକ୍ଷିଣ ଗାଜାକୁ ଚାଲିଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଅତିଆବଶ୍ୟକୀୟ ସାମଗ୍ରୀ ଧରି ପିଲାଛୁଆଙ୍କୁ ଧରି ପଳାଉଛନ୍ତି । ଉତର ଗାଜାରେ ଥିବା ଏବେ ବିଭିନ୍ନ ସ୍ଥାନରେ ଇସ୍ରାଏଲ ସେନା ସ୍ଥଳ ଅଭିଯାନ କରିବାକୁ ଯାଉଛି । ଫଳରେ ଦକ୍ଷିଣ ଇସ୍ରାଏଲ ଖାନ୍ ୟୁନିସ୍ ଓ ରଫାହ ଆଦି ସ୍ଥାନକୁ ଜୀବନ ବିକଳରେ ଚାଲିଯାଉଛନ୍ତି ଲୋକେ । ସେପଟେ ହମାସ ଇସ୍ରାଏଲ ଡିଫେନ୍ସ ଫୋର୍ସ ବା ଆଇଡିଏଫ୍ ସହ ଆହୁରି ଅଧିକ ଶକ୍ତି ସହ ମୁକାବିଲା କରିବାକୁ ଘୋଷଣା କରିଛି । ଇରାନ ଠାରୁ ସାମରୀକ ଶକ୍ତି ଆଣି, ଏବଂ ନିଜେ ଦୀର୍ଘ ଦିନ ଧରି ବମ୍, ରକେଟ୍ ପ୍ରସ୍ତୁତ କରି ଆଇଡିଏଫ୍ ବିରୋଧରେ ଲଢେଇ ଜାରି ରଖିବାକୁ ଆହ୍ୱାନ ଦେଇଛି ଆତଙ୍କୀ ସଙ୍ଗଠନ ହମାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking