28.1 C
Bhubaneswar
Wednesday, September 16, 2026
Homeଅପରାଧ୩ କୋଟିର ଗଞ୍ଜେଇ ନଷ୍ଟ କଲା ପ୍ରସାଶନ

୩ କୋଟିର ଗଞ୍ଜେଇ ନଷ୍ଟ କଲା ପ୍ରସାଶନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଧୀନରେ ରହିଥିବା ଖାଲେପାରା ଓ ପଖନାପାରା ଗ୍ରାମରେ ଆଜି ଜିଲ୍ଲା ପୋଲିସ , ରାଜସ୍ୱ ବିଭାଗ, ବନ ବିଭାଗ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଚାଷ ହୋଇଥିବା ପ୍ରାୟ ୪ ହଜାର ଗଞ୍ଜେଇ ଗଛ ଜବତ କରି ନଷ୍ଟ କରିଥିବା ନେଇ ସୂଚନା ରହିଛି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛିl ଏହି ଘଟଣାରେ ଅବକାରୀ ବିଭାଗ ଜଣକୁ ଅଟକ ରଖି ପଚରାଉଚରା ଚଲାଇଛିl ସୂଚନା ମୁତାବକ, ନବରଙ୍ଗପୁର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୁଲିସର ଏକ ଟିମ୍‌ ତଥା ବନ ବିଭାଗ, ରାଜସ୍ୱ ବିଭାଗ ଓ ଅବକାରୀ ବିଭାଗ କୁନ୍ଦେଇ ଥାନ ଅନ୍ତର୍ଗତ କାଉଡଳା ଗ୍ରାମପଞ୍ଚାୟତର ଖାଲେପାରା ଓ ପକନାଗୁଡା ଗ୍ରାମରେ ମିଳିତ ଚଢ଼ାଉ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking