30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକାବୁଲ ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା

କାବୁଲ ବିସ୍ଫୋରଣର ପ୍ରତିଶୋଧ ନେଲା ଆମେରିକା

ୱାଶିଂଟନ୍ : ଆଜି ସକାଳେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍ ବିରୋଧରେ ଡ୍ରୋନ ଆକ୍ରମଣ କରିଛି ଆମେରିକା ।  ଆଫଗାନିସ୍ତାନର କାବୁଲ ବିମାନବନ୍ଦର ନିକଟରେ ହୋଇଥିବା ବିସ୍ଫୋରଣର ଆମେରିକା ପ୍ରତିଶୋଧ ନେଇଛି । ଆଜି ଏହାର ସୂଚନା ଦେଇଛି ପେଣ୍ଟାଗନ୍ । କିନ୍ତୁ ଡ୍ରୋନ୍ ଆକ୍ରମଣରେ କେତେ କ୍ଷତି ହୋଇଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ । ତେବେ କାବୁଲ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୧୬୯ ଜଣ ପ୍ରାଣ ହରାଇଛନ୍ତି ।

ଏହି ଘଟଣାରେ ମୃତକଙ୍କ ମଧ୍ୟରେ ଆମେରିକାର ୧୩ ଜଣ ସୈନିକ ସାମିଲ ଅଛନ୍ତିି । ପୁଣି ଥରେ କାବୁଲ ଏଆରପୋର୍ଟରେ ବିସ୍ଫୋରଣର ଆଶଙ୍କା ଥିବା ସୁଚାଇଛି ଆମେରିକା । ନନଗହର ଅଞ୍ଚଳରେ ଆମେରିକାର ସେନା ଏହି ଆକ୍ରମଣ କରିଛି । ସୁରକ୍ଷା ଦୃଷ୍ଟିରୁ ଆମେରିକାର ନାଗରିକମାନଙ୍କୁ ବିଭିନ୍ନ ଗେଟ୍ ଦେଇ ତୁରନ୍ତ ବିମାନବନ୍ଦର ଛାଡିବାକୁ କୁହାଯାଇଛି । ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖପାତ୍ର କ୍ୟାପଟେନ ବିଲ ଅର୍ବନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ‘ଆମେରିକାର ସାମରିକ ବାହିନୀ ଆଇଏସଆଇଏସ-କେ ଯୋଜନାକାରୀଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଅପରେସନ କରିଥିଲା । ଏହି ଡ୍ରୋନ୍ ଆକ୍ରମଣ ଦ୍ୱାରା ଆଇଏସର କେତେ କ୍ଷୟକ୍ଷତି ହୋଇଛି, ସେ ସମ୍ପର୍କରେ କୌଣସି ସୂଚନା ନାହିଁ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking