19.1 C
Bhubaneswar
Monday, November 25, 2024
Homeଐତିହାସିକ ରଥଯାତ୍ରାରଥଯାତ୍ରାର ପରମ୍ପରା

ରଥଯାତ୍ରାର ପରମ୍ପରା

ପୁରୀ: ରଥଯାତ୍ରାର ପରମ୍ପରା ଓଡିଶାରେ ବହୁ କାଳରୁ ପ୍ରଚଳିତ । ରୁକ ବେଦ ଏବଂ ଅର୍ଥବ ବେଦରେ ରଥଯାତ୍ରାର ବର୍ଣ୍ଣନା ଦେଖିବାକୁ ମିଳେ । ପରେ ଏପରି ବର୍ଣ୍ଣନା ସତପାଠ ବ୍ରାହ୍ମଣ ପରି ପ୍ରମୁଖ ସଂସ୍କୃତ ଗ୍ରନ୍ଥ ରେ ଦେଖିବାକୁ ମିଳେ । ସୂର୍ଯ୍ୟ ଦେବତା ନିଜ ରଥରେ ଭ୍ରମଣ କରିବା କଥା ସମସ୍ତେ ଜାଣିଛନ୍ତି । ରୁକ ବେଦରେ ସୂର୍ଯ୍ୟଙ୍କୁ ମିତ୍ର ଦେବତା ରୂପରେ ଗ୍ରହଣ କରାଯାଇ ଅଛି । ପୂର୍ବ ସମୟରେ ଭାରତର ସନ୍ନ୍ୟାସୀ ମାନେ ବିଭିନ୍ନ୍ ଅବତାର ମାନଙ୍କୁ ରଥ ସହ ଯୋଡି ବର୍ଣ୍ଣନା କରିଛନ୍ତି । ୟୁରୋପରେ ଶିଶିର ନାମକ ଦ୍ୱିପ ରେ ସୂର୍ଯ୍ୟଦେବତାଙ୍କର ରଥଯାତ୍ରା ବହୁ କାଳରୁ ପାଳନ କରାଯାଇ ଆସୁଅଛି । ସୂର୍ଯ୍ୟ ଦେବତାଙ୍କର ରଥଯାତ୍ରା ଭାରତରେ ମଧ୍ୟ ପ୍ରସିଦ୍ଧ ଅଟେ । ବିଭିନ୍ନ ଧର୍ମଗ୍ରନ୍ଥ ଯେପରିକି ପୁରାଣ ରେ ରଥଯାତ୍ରାର ବର୍ଣ୍ଣନା ଦେଖିବାକୁ ମିଳିଥାଏ । ଭବିଷ୍ୟତ ପୁରାଣରେ ଏପରି ବର୍ଣ୍ଣନା କରାଯାଇଛି କି ପ୍ରହ୍ଲାଦ ଯିଏ କି ରାଜା ହିରଣ୍ୟ କଶ୍ୟପ ଙ୍କର ପୁତ୍ର ଥିଲେ । ସେ ବିଷ୍ଣୁ ଭଗବାନ ଙ୍କର ରଥ ଟାଣିବାକୁ ସ୍ୱଭାଗ୍ୟ ପାଇଥିଲେ । ରଥ ଟଣାର ବର୍ଣ୍ଣନା ପଦ୍ମ, ସ୍କନ୍ଦ ଏବଂ ଭବିଷ୍ୟ ପୁରାଣରେ ଦେଖିବାକୁ ମିଳେ । ବୈଷ୍ଣବ ଧର୍ମର ଅବଲମ୍ବନ କାରୀ ମାନେ ବର୍ଷା ରୁତୁର ଶେଷ ସମୟରେ ଏବଂ ତ୍କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁ ଙ୍କର ରଥ ଟଣା କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି ।ଶ୍ରୀ କୃଷ୍ଣ ଙ୍କର ରଥର ବର୍ଣ୍ଣନା ଭାଗବତ ଏବଂ ମହାଭାରତରେ ବହୁ ମାତ୍ରାରେ ଦେଖିବାକୁ ମିଳେ । ଭଗବାନ ଶିବଙ୍କର ରଥ ଟଣା ଯାହାକି ରୁକୁଣା ରଥଯାତ୍ରା ନାମରେ ଜଣାଶୁଣା । ଓଡିଶାର ଏହା ପ୍ରସିଦ୍ଧ ଅଟେ । ଗ୍ରୀଷ୍ମ ରୁତୁ ଅର୍ଥାତ ବୈଶାଖ ମାସରେ ଭୈରବ ଏବଂ ଭୈରବୀଙ୍କର ରଥଯାତ୍ରା ନେପାଳ ରେ ଅୁନଷ୍ଠିତ ହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking