ସମ୍ବଲପୁର : ଆଉ ଜଣେ ବାଘୁଣୀର ମୃତ୍ୟୁ ହୋଇଛି । ସମ୍ବଲପୁର ଚିଡିଆଖାନାରେ କଲରାପତରିଆ ବାଘୁଣୀ ରାଣୀର ମୃତ୍ୟୁ ହୋଇଛି । ଗର୍ଭାଶୟ ସଂକ୍ରମଣରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ରାଣୀକୁ ୭ ବର୍ଷ ହୋଇଥିଲା । ଗତକାଲି ସନ୍ଧ୍ୟାରେ ରାଣିକୁ ବାନ୍ତି ହୋଇଥିଲା । ପରେ ଡାକ୍ତର ତାର ଚିକିସ୍ଛା କରିବା ପରେ ରାଣୀର ଗର୍ଭାଶୟରେ ସଂକ୍ରମଣ ହୋଇଥିବା ଜଣାପଡିଥିଲା । ରାଣୀର ସ୍ୱାସ୍ଥ୍ୟାବସ୍ଥା ଧିରେଧିରେ ବିଗିଡିବାରୁ ରାତି ପ୍ରାୟ ୯ଟା ୧୩ ମିନିଟରେ ଚିକିସ୍ଛାଧିନ ଅବସ୍ଥାରେ ରାଣୀର ମୃତ୍ୟୁ ହୋଇଥବା ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ । ଗତ ନଭେମ୍ବର ୯ ତାରିଖରେ ମଣିଷଖିଆ ବାଘ ରାଜା ଓ ବାଘୁଣୀ ରାଣୀ ମଧ୍ୟରେ ସମ୍ବଲପୁର ଚିଡିଆଖାନାରେ ପ୍ରଥମ ମିଳନ ହୋଇଥିଲା ।