37.1 C
Bhubaneswar
Saturday, May 18, 2024
Homeଅପରାଧଚୋରି କରିବାକୁ ଆସି ବୋହୂ ଆଗରେ ଶାଶୁର ଇଜ୍ଜତ ଲୁଟିଲେ ଚୋର

ଚୋରି କରିବାକୁ ଆସି ବୋହୂ ଆଗରେ ଶାଶୁର ଇଜ୍ଜତ ଲୁଟିଲେ ଚୋର

ପାଟନା: ବିହାରରେ ଲଜ୍ଜା । ଘରେ ପଶି ଚୋରି କରୁଥିଲେ ତିନି ଚୋର । ଚୋରି କରିବାକୁ ଅଟକାଇବାରୁ ଦୁଷ୍କର୍ମର ଶିକାର ହେଲେ ମହିଳା । ୨ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟ କରିବା ସହ ବୋହୂ ସାମ୍ନାରେ ଶାଶୁକୁ ଦୁଷ୍କର୍ମ କରିଯାଇଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ବିହାର ସମସ୍ତିପୁର ଜିଲ୍ଲାରେ । ଏନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଚୋର ମାନେ ସମସ୍ତିପୁର ଜିଲ୍ଲାରେ ଜଣଙ୍କ ଘରେ ପଶି ଚୋରି କରୁଥିଲେ । ବନ୍ଧୁକ ମୁନରେ ୨ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟ ନେଇଛନ୍ତି ଡକାୟତ ମାନେ । ଜଣେ ମହିଳା ଚୋରି କରିବାକୁ ଚୋରଙ୍କୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଚୋର ମାନେ ମହିଳାଙ୍କ ବୋହୂ ସମ୍ମୁଖରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଅଙ୍ଗାର ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ଗ୍ରାମରେ ଏହି ଘଟଣା ଘଟିଛି ।

ଶାଶୁ ବୋହୂଙ୍କ ଉପସ୍ଥିତିରେ ଚୋର ମାନେ ଡକାୟତ ପାଇଁ ଘରେ ପ୍ରବେଶ କରିଥିଲେ । ଏହାପରେ ଘରେ ଥିବା ଟଙ୍କା ଓ ସୁନା ଚୋରି କରିବାରେ ଲାଗିଥିଲେ । ଉଭୟଙ୍କୁ ବନ୍ଧୁକ ଦେଖାଇ ଘରେ ଥିବା ୨ ଲକ୍ଷ ଟଙ୍କା ଓ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରିଥିଲେ । ପୀଡିତା ମହିଳା ଡକାୟତଙ୍କୁ ଚୋରି କରିବାକୁ ମନା କରିଥିଲେ । ଚୋରି କରିବାକୁ ମନା କରିବାରୁ ମହିଳାଙ୍କ ଦୁଷ୍କର୍ମ କରିଥିଲେ ଡକାୟତ । ଏହା ଦେଖି ପାଖରେ ଥିବା ମହିଳାଙ୍କ ବୋହୂ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଚୋର । ପୀଡିତାଙ୍କୁ ଚିକିତ୍ସା ପାଇଁ ସମସ୍ତିପୁରର ସଦର ହସ୍ପିଟାଲରର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଛି । ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବର୍ତ୍ତମାନ ସୁଦ୍ଧା ଚୋରଙ୍କୁ ଧରିବାରେ ପୋଲିସ ସଫଳ ହୋଇନାହିଁ । ଡକାୟତଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ । ପୋଲିସ ଡକାୟତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ନିକଟରେ ରାଜସ୍ଥାନରେ ଜଣେ ମହିଳାଙ୍କୁ ପୋଲିସ କନେଷ୍ଟବଳ ଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଥିଲା । ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିବାରୁ ସ୍ଥାନୀୟ ଲୋକେ କନେଷ୍ଟବଳଙ୍କୁ ଏକ ଖଟରେ ବାନ୍ଧି ମାଡ ମାରିଥିଲେ । ଥାନାରେ ଅଭିଯୋଗ ପରେ ରାଜସ୍ଥାନର ଦଉସା ଜିଲ୍ଲାରେ ଏହି ଘଟଣା ଘଟିଥିଲା । କନେଷ୍ଟବଳ ଜଣଙ୍କ ହେଉଛନ୍ତି ମହେଶ କୁମାର ଗୁରଜର । ଗତ ଗୁରୁବାର ଦିନ ପୀଡିତ ମହିଳା ଏନେଇ ବାଜୱା ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ବର୍ତ୍ତମାନ ସେ ଫେରାର ଥିବା ବେଳେ ପୋଲିସ ତାଙ୍କୁ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking