ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି ତାତି ତାପମାତ୍ରା । ୪ରୁ ୫ଡିଗ୍ରୀ ଉପରେ ରହୁଛି ପାରଦ । ଆସନ୍ତା ଦୁଇରୁ ୩ ଦିନ ମଧ୍ୟରେ ପାରା ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସ୍ଵହଭାବିକଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଆକଳନ କରାଯାଇଛି । ରାଜଧାନୀ ଭୁବନେଶ୍ୱର ସମେତ ମାଲକାନଗିରି, ନୟାଗଡ଼, ବଲାଙ୍ଗୀର, ଅନୁଗୁଳ, ଚାନ୍ଦବାଲି, ନବରଙ୍ଗପୁର, ଭବାନୀପାଟଣା ଆଦି ସହର ଏବେ ହଟସ୍ପଟରେ ରହିଛି ।