28.1 C
Bhubaneswar
Tuesday, July 22, 2025
Homeଅପରାଧଶିକ୍ଷକଙ୍କ ଆଶର୍ଯ୍ୟଜଣକ କାରନାମା

ଶିକ୍ଷକଙ୍କ ଆଶର୍ଯ୍ୟଜଣକ କାରନାମା

କଟକ:କରୋନା ପାଇଁ ସାରା ରାଜ୍ୟରେ ଲକ୍ ଡାଉନ୍ । ସ୍ପୁଲ କଲେଜ ଛୁଟି । ତେଣୁ ପିଲାଙ୍କ ପାଠପଢ଼ା ଯେପରି ବ୍ୟାଘାତ ନହେବ ସେଥିପାଇଁ କିଛି ଶିକ୍ଷାନୁଷ୍ଠାନ ଆରମ୍ଭ କରିଛନ୍ତି ଅନ ଲାଇନ କ୍ଳାସ ।ସେମିତି କଟକ ଚାଉଳିଅଗଂଜର ଏକ ପ୍ରତିଷ୍ଠିତ ପ୍ରତିଷ୍ଠାନର ଦ୍ୱାଦଶ ଶ୍ରେଣୀର ଅନ ଲାଇନ କ୍ଳାସ ଚାଲୁଥାଏ । ସାର ନିଦ୍ଧାରିତ ସମୟରେ କ୍ଳାସ ନେଉଥାନ୍ତି ପିଲାଏ ବି ମନଧ୍ୟାନ ଦେଇ ନିଜ କମ୍ପ୍ୟୁଟର,ଲପଟପ ଓ ମୋବାଇଲରେ ୟୁଜର ଆଇଡି ,ପାଶୱାର୍ଡ ଦେଇ କ୍ଳାସ ଦେଖୁଥାନ୍ତି । ହଠାତ ସାରଙ୍କ ସ୍ୱର କମିଗଲା ଆରମ୍ଭ ହୋଇଗଲା ଉ ,ଆ ଶବ୍ଦ ।ଆଉ ସ୍କ୍ରିନରେ ଚାଲିଲା ବ୍ଳୁ ଫିଲ୍ମ ।ସାର କି ପିଲା କିଛି ବୁଝିବା ପୂର୍ବରୁ ଦୁଇ ଚାରିଟା ସିନ ଚାଲିଗଲା ।

ହଠାତ ଉପାୟ ନପାଇ ସାର ନିଜ କମ୍ପ୍ୟୁଟର ସଟ୍ ଡଉନ କରିଦେଲେ । ବୁଝୁ ବୁଝୁ ଜଣାପଡିଲା କେହି ଜଣେ ହ୍ୟାକର ସାଇଟ୍ ହ୍ୟାକ କରି ଅଶ୍ଳୀଳ ଫିଲ୍ମ ଛାଡିଛି । ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ମଧ୍ୟରେ ଏହାର ଚର୍ଚ୍ଚା ଜୋର ଧରିଲା ।ଆଉ ଅନ ଲାଇନ କ୍ଳାସ ନହେଉ ବୋଲି ଏବେ ଉଭୟ ଦାବି କଲେଣି ।ଅନ୍ୟ ପଟେ ସ୍କୁଲ କର୍ତ୍ତୁପକ୍ଷ ଏନେଇ ଚାଉଳିଆଗଂଜ ଥାନାରେ ଅଭିଯୋଗ କରିଛନ୍ତି ।ଅଭିଯୋଗ ପାଇ ପୁଲିସ ଆଇଟି ଆକ୍ଟରେ ମାମଲା ରୁଜ୍ଜୁ କରିଛି ।ଅନୁସନ୍ଧାନରେ ସହଯୋଗ ପାଇଁ କ୍ରାଇମବ୍ରାଂଚର ସାହାଯ୍ୟ ଲୋଡାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking