32.1 C
Bhubaneswar
Friday, May 3, 2024
Homeଦେଶ ବିଦେଶନାବାଳକ ଛାତ୍ରକୁ ଅପହରଣ କରି ବିବାହ କଲେ ଶିକ୍ଷୟିତ୍ରୀ

ନାବାଳକ ଛାତ୍ରକୁ ଅପହରଣ କରି ବିବାହ କଲେ ଶିକ୍ଷୟିତ୍ରୀ

ଚେନ୍ନାଇ: ୧୭ ବର୍ଷର ନାବାଳକୁ ବିବାହ କଲେ ଜଣେ ୨୬ ବର୍ଷୀୟ ଯୁବତୀ । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଖବର ଦେଖିବାକୁ ମିଳିଛି ତାମିଲନାଡ଼ୁର ତ୍ରିଚିରେ । ଏହି ଅଭିଯୋଗରେ ଉକ୍ତ ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଘଟଣା ମୁତାବକ ଥୁରାୟୁରର ଏକ ଘରୋଇ ସ୍କୁଲରେ ପଢୁଥିବା ଜଣେ ୧୭ ବର୍ଷୀୟ ନାବାଳକ ଗତ ୫ ତାରିଖ ଦିନ ନିଖୋଜ ହୋଇଯାଇଥିଲେ । ପୁଅର ନିଖୋଜ ଘଟଣା ନେଇ ତାଙ୍କ ପରିବାର ଲୋକେ ଥୁରାୟୁର ଥାନାରେ ଅଭିଯୋଗ କରିଥିଲେ । ଘଟଣା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ବେଳେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଲା । ସେହି ବିଦ୍ୟାଳୟର ଶିକ୍ଷୟିତ୍ରୀ ୨୬ ବର୍ଷୀୟ ଶର୍ମିଳା ମଧ୍ୟ ନିଖୋଜ ଥିବା ଜଣାପଡ଼ିଥିଲା ।

ଏହାପରେ ପୋଲିସ ଶିକ୍ଷୟିତ୍ରୀଙ୍କ ମାଆଙ୍କୁ ପଚରାଉଚରା କରିଥିଲା । ଶର୍ମିଳା ସବୁବେଳେ ତାଙ୍କ ଛାତ୍ରମାନଙ୍କ ସହ କଥା ହୁଅନ୍ତି ଏବଂ ଯେତେ ବାରଣ କଲେ ମଧ୍ୟ ସେ ଶୁଣନ୍ତି ନାହିଁ ବୋଲି ପରବାର ପୋଲିସକୁ ଜଣାଇଥିଲେ । ଅନ୍ୟପଟେ ପୋଲିସ ଶର୍ମିଳାଙ୍କ ଫୋନ ଯାଞ୍ଚ କରିଥିଲା । ଯାଞ୍ଚ ପରେ ଶର୍ମିଳା ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବା ଜଣାପଡ଼ିଥିଲା । ସେ ପ୍ରଥମେ ଭେଲାଙ୍କାନି, ଥିରୁଭରୁର, ଥାଞ୍ଜାଭୁର ଓ ପରେ ତ୍ରିଚିରେ ରହିଥିବା ପୋଲିସକୁ ସୂଚନା ମିଳିଥିଲା । ଗତକାଲି ତ୍ରିଚିର ଇଡାମାଲାପାଟୀ ପୁଥୁରରେ ଶିକ୍ଷୟିତ୍ରୀଙ୍କ ଫୋନକୁ ଟ୍ରାକ କରି ତାଙ୍କ ପାଖରେ ପହଞ୍ଚିବା ପାଇଁ ସଫଳ ହୋଇଥିଲା ପୋଲିସ । ସେଠାରେ ଶର୍ମିଳା ଜଣେ ବନ୍ଧୁଙ୍କ ଘରେ ନିଖୋଜ ଛାତ୍ରଙ୍କ ସହ ରହୁଥିବା ଦେଖିବାକୁ ମିଳିଥିଲା । ତେବେ ଶିକ୍ଷୟିତ୍ରୀ ଜଣକ ଉକ୍ତ ନାବାଳକକୁ ବିବାହ କରିଥିବା ଜଣାପଡ଼ିଛି । ପସ୍କୋ ଆକ୍ଟ ଅନୁଯାୟୀ ଜଣେ ନାବାଳକକୁ ଅପହରଣ ଓ ବିବାହ ଅଭିଯୋଗରେ ଶର୍ମିଳାଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ପୋଲିସ ଉଦ୍ଧାର ଛାତ୍ରଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଶର୍ମିଳାଙ୍କୁ ତ୍ରିଚି କୋର୍ଟରେ ହାଜର କରି ରିମାଣ୍ଡରେ ନିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking