17.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଜ୍ଞାନବାପୀ ମସଜିଦର ସର୍ଭେ କାର୍ଯ୍ୟ ଘୁଞ୍ଚିଲା; ଏଏସଆଇକୁ ଅଧିକ ତଥ୍ୟ ମାଗିଲେ ହାଇକୋର୍ଟ

ଜ୍ଞାନବାପୀ ମସଜିଦର ସର୍ଭେ କାର୍ଯ୍ୟ ଘୁଞ୍ଚିଲା; ଏଏସଆଇକୁ ଅଧିକ ତଥ୍ୟ ମାଗିଲେ ହାଇକୋର୍ଟ

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀ ସହରରେ ଥିବା ଜ୍ଞାନବାପୀ ମସଜିଦ୍‌ରେ ଏଏସଆଇ (ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ) ପକ୍ଷରୁ ସର୍ଭେ କରାଯିବାକୁ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହାକୁ ଆହ୍ଲାବାଦ ହାଇକୋର୍ଟ ସ୍ଥଗିତ ରଖିଛନ୍ତି । ସର୍ଭେ ପ୍ରସଙ୍ଗରେ ଅଧିକ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଶୁଣାଣି ସମୟରେ ମସଜିଦ ପରିଚାଳନା କମିଟି ଦୃଢ ବିରୋଧ କରିଥିବା ଜଣାପଡିଛି ।

ଆହ୍ଲାବାଦ ହାଇକୋର୍ଟରେ ବୁଧବାର ଏହାର ଶୁଣାଣି ଚାଲିଥିବାବେଳେ କମିଟି ପକ୍ଷରୁ ମାମଲା ଲଢୁଥିବା ଓକିଲ ଖଣ୍ଡପୀଠକୁ ଜଣାଇଥିଲେ ଯେ ଯଦି ସର୍ଭେ କାର୍ଯ୍ୟ ସମ୍ପାଦନ କରାଯାଏ, ତେବେ ଏକ ହଜାର ବର୍ଷ ପୁରୁଣା ଏହି ମସଜିଦ ଭୁଶୁଡି ପଡିବ । ଏଏସଆଇ କିନ୍ତୁ ମସଜିଦର କୌଣସି କ୍ଷତି ହେବ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇସାରିଛି । ତେବେ କମିଟିର ଏହି ଯୁକ୍ତିରେ ଖଣ୍ଡପୀଠ ଏକମତ ହୋଇନଥିଲେ । ଯଦି କମିଟି ଏଏସଆଇ ଉପରେ ଭରସା କରିପାରୁନି, ତେବେ ହାଇକୋର୍ଟଙ୍କ ଉପରେ କିପରି ଭରସା କରିବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ହିନ୍ଦୁ ସଂପ୍ରଦାୟ ପକ୍ଷରୁ କୁହାଯାଇଛି ଯେ ଅଯୋଧ୍ୟାସ୍ଥିତ ରାମଜନ୍ମଭୂମି ଓ ବାବ୍ରି ମସଜିଦ ଏକାଠି ଅବସ୍ଥିତ ଥିଲେ ସୁଦ୍ଧା ଏଏସଆଇ ସର୍ଭେ ଯୋଗୁଁ ମସ୍‌ଜିଦର କୌଣସି କ୍ଷତି ଘଟିନଥିଲା । ତେଣୁ ଜ୍ଞାନବାପୀ ମସଜିଦରେ ସର୍ଭେ କାର୍ଯ୍ୟ କରାଗଲେ, କାହିଁକି କ୍ଷତି ଘଟିବ ବୋଲି ହିନ୍ଦୁ ଗୋଷ୍ଠୀ ଯୁକ୍ତି ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking