28.1 C
Bhubaneswar
Sunday, April 13, 2025
Homeଦେଶ ବିଦେଶଗୁଜରାଟର ୬୮ ଜଜ୍‌ଙ୍କ ପଦୋନ୍ନତି ରୋକିଲେ ସୁପ୍ରିମ୍‌କୋର୍ଟ

ଗୁଜରାଟର ୬୮ ଜଜ୍‌ଙ୍କ ପଦୋନ୍ନତି ରୋକିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଗୁଜରାଟ ନିମ୍ନ ଅଦାଲତର ୬୮ ଜଜ୍‌ଙ୍କ ପଦୋନ୍ନତି ଉପରେ ସୁପ୍ରିମ୍‌କୋର୍ଟ ରୋକ୍ ଲଗାଇଛନ୍ତି । ଯେଉଁ ଜଜ୍‌ମାନଙ୍କୁ ପଦୋନ୍ନତି ଦିଆଯାଇଥିଲା ସେମାନଙ୍କୁ ନିଜ ନିଜର ମୂଳ ପଦକୁ ଫେରାଇ ନେବାକୁ ସୁପ୍ରିମ୍‌କୋର୍ଟ ନିଜ ଆଦେଶରେ କହିଛନ୍ତି । ସୂଚନାଯୋଗ୍ୟ, ଏହି ଜଜ୍‌ମାନଙ୍କ ମଧ୍ୟରେ ‘ମୋଦୀ ସାଙ୍ଗିଆ’ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଶୁଣାଇଥିବା ଜଜ୍ ହରୀଶ ବର୍ମା ମଧ୍ୟ ସାମିଲ । ଜଷ୍ଟିସ୍ ଏମ୍‌ଆର୍ ଶାହଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି, ନିଯୁକ୍ତି ନିୟମ ଅନୁସାରେ ଉପଯୁକ୍ତ ଯୋଗ୍ୟତା ଏବଂ ବରିଷ୍ଠତା ପଦୋନ୍ନତିର ମାନଦଣ୍ଡ ହୋଇଥାଏ ।

ମାତ୍ର ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଆଦେଶ ସୁପ୍ରିମ୍‌କୋର୍ଟଙ୍କ ଆଦେଶର ଉଲ୍ଲଂଘନ କରୁଥିବା ସ୍ପଷ୍ଟ ହୋଇଛି । ଜଷ୍ଟିସ୍ ଶାହ ଆହୁରି କହିଛନ୍ତି, କୋର୍ଟ ଏହି ମାମଲାର ଶୁଣାଣି ପୂରା କରିବାକୁ ଚାହୁଁଥିଲେ ମଧ୍ୟ ଆଡ୍‌ଭୋକେଟ୍ ଦୁଷ୍ୟନ୍ତ ଦବେ ପିଟିସନ୍ ଡିସ୍‌ପୋଜ୍ କରିବାକୁ ଚାହୁଁନାହାନ୍ତି । ପଦୋନ୍ନତି ପାଇଥିବା ସମସ୍ତ ଜଜ୍ ଏବେ ଗୁଜରାଟ ଜୁଡିସିଆଲ୍ ଏକାଡେମୀରେ ଟ୍ରେନିଂ ନେଉଛନ୍ତି ।

ଏହା ମଧ୍ୟରେ ସେମାନଙ୍କ ପଦୋନ୍ନତିକୁ ବରିଷ୍ଠ ସିଭିଲ୍ ଜଜ୍ କ୍ୟାଡର୍‌ର ଜୁଡିସିଆଲ୍ ଅଧିକାରୀ ରବି କୁମାର ମେହେଟା ଏବଂ ସଚିନ୍ ମେହେଟା ଚ୍ୟାଲେଞ୍ଜ୍ କରିଥିଲେ । ଗୁଜରାଟ ହାଇକୋର୍ଟ ପକ୍ଷରୁ ମାର୍ଚ୍ଚ ୧୦ରେ ଜାରି ପଦୋନ୍ନତି ତାଲିକା ଏବଂ ଗୁଜରାଟ ସରକାରଙ୍କ ପକ୍ଷରୁ ଜାରି ନିଯୁକ୍ତିକୁ ରଦ୍ଦ କରିବା ପାଇଁ ସେମାନେ ପିଟିସନ୍‌ରେ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking