24.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶହିଜାବ୍ ମାମଲାର ଆଶୁ ଶୁୁଣାଣିକୁ ସୁପ୍ରିମକୋର୍ଟଙ୍କ ନା

ହିଜାବ୍ ମାମଲାର ଆଶୁ ଶୁୁଣାଣିକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ : ବିବାଦୀୟ ହିଜାବ ମାମଲାର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ କର୍ଣ୍ଣାଟକ ହାଇକୋର୍ଟ ଚଳିତମାସ ୧୫ରେ ଏହି ମାମଲାରେ ଚୂଡାନ୍ତ ରାୟ ପ୍ରକାଶ କରି କହିଥିଲେ ଯେ ଇସ୍‌ଲାମରେ ହିଜାବ ପରିଧାନ ଜରୁରୀ ନୁହେଁ । ଏହାର ପ୍ରତିବାଦରେ କେତେକ ମୁସ୍‌ଲିମ ଛାତ୍ରୀ ଉକ୍ତ ଦିନ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ । ହୋଲିପରେ ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତିଌଷ୍ଟିସ ଏନ୍‌.ଭି.ରମନା ସେତେବେଳେ କହିଥିଲେ ।

ତେବେ ଗୁରୁବାର ପିଟିସନଧାରୀଙ୍କ ଓକିଲ ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ ଦାବି କରିଥିଲେ । ଆଗକୁ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ଶୁଣାଣି ଜରୁରୀ ବୋଲି ସେ ଯୁକ୍ତି ଦର୍ଶାଇଥିଲେ । ତେବେ ଜଷ୍ଟିସ ରମନା କହିଛନ୍ତି ଯେ ପରୀକ୍ଷା ସହ ହିଜାବ୍‌ର କୌଣସି ସମ୍ପର୍କ ନାହିଁ, ତେଣୁ ମାମଲାକୁ ଅଧିକ ସ୍ପର୍ଶକାତର କରାନଯାଉ । ଉପଯୁକ୍ତ ସମୟ ଆସିଲେ ନିଶ୍ଚିତ ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking