ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଅବପାତ ସନ୍ଧ୍ୟା ସୁଦ୍ଧା ବାତ୍ୟା ରୂପ ନେବ । ଘନୀଭୂତ ହୋଇ ୧୧ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସୂଚନା ରହିଛି । ୧୧ ତାରିଖ ମଧ୍ୟରାତ୍ର ସୁଦ୍ଧା ଅତି ଭୀଷଣ ରୂପ ନେବ ବାତ୍ୟା । ଅତି ଭୀଷଣ ବାତ୍ୟାରେ ପରିଣତ ପରେ ରିକର୍ଭ କରି ଗତି କରିବ ।
ଉତ୍ତର-ଉତ୍ତରପଶ୍ଚିମ ଦିଗରେ ବାଙ୍ଗଲାଦେଶ ମିଆଁମାର ମୁହାଁ ହେବ । ୧୪ ପୂର୍ବାହ୍ନରେ କକ୍ସ ବଜାର, କ୍ୟାଉକିପିୟୁ ଠାରେ ଉପକୂଳ ଛୁଇଁବ । ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୧୧୦ରୁ ୧୨୦ କିମି ସମ୍ଭାବନା ରହିଛି । ଓଡିଶା ଉପରେ ପ୍ରଭାବ ପଡିବ ନାହିଁ ବୋଲି ପୂର୍ବରୁ ଆଇଏମଡି ସୂଚନା ଦେଇଛନ୍ତି ।