31.1 C
Bhubaneswar
Sunday, May 19, 2024
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ଚାଲିଛି ଭୋଟ୍ ଗ୍ରହଣ : କେଉଁ ବିଧାନସଭା ଆସନ ଉପରେ ନଜର...

କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ଚାଲିଛି ଭୋଟ୍ ଗ୍ରହଣ : କେଉଁ ବିଧାନସଭା ଆସନ ଉପରେ ନଜର ?

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୬ଟା ପର‌୍ୟ୍ୟନ୍ତ ଚାଲିବ । ୟେଦିରୁପ୍ପା କହିଛନ୍ତି ୭୫ରୁ ୮୦ ପ୍ରତିଶତ ଲୋକଙ୍କ ସମର୍ଥନ ବିଜେପି ସପକ୍ଷରେ ରହିଛି । ଦଳ ୧୩୦ରୁ ୧୩୫ ଆସନରେ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଚଳିତ ଥର ନିର୍ବାଚନ ମଇଦାନରେ ମୋଟ୍ ୨୬୧୫ ଜଣ ପ୍ରାର୍ଥୀ ରହିଛନ୍ତି । ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଛି । କଂଗ୍ରେସ ୨୨୩ ଆସନରେ ନିର୍ବାଚନ ଲଢୁଥିବା ବେଳେ ଜେଡିଏସ୍ ୨୦୯ ଆସନରେ ନିର୍ବାଚନ ଲଢୁଛି । ସେହିପରି ଆମ୍ ଆଦମୀ ପାର୍ଟି ୨୦୯ ଆସନରେ ପ୍ରାର୍ଥୀ ଦେଇଛି ।
୫୮ ହଜାର ୨୮୨ ମତଦାନ କେନ୍ଦ୍ର
ମୋଟ୍ ୫ କୋଟି ୨୧ ଲକ୍ଷ ଭୋଟର ଅଛନ୍ତି
୨ କୋଟି ୫୯ ଲକ୍ଷ ମହିଳା ଭୋଟର
୨ କୋଟି ୬୨ ଲକ୍ଷ ପୁରୁଷ ଭୋଟର
୯ ଲକ୍ଷ ୧୭ ହଜାର ପ୍ରଥମଥର ଭୋଟ୍ ଦେଉଛନ୍ତି
୪ ହଜାର ୬୯୯ ଜଣ ତୃତୀୟ ଲିଙ୍ଗ ଭୋଟର
୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗ ଘରୁ ଭୋଟ୍ ଦେଇଛନ୍ତି
କେଉଁ ବିଧାନସଭା ଆସନ ଉପରେ ନଜର ?
ଶିବଗଙ୍ଗା
ମୁଖ୍ୟମନ୍ତ୍ରୀ ବସଭରାଜ ବୋମଇ ଶିବଗଙ୍ଗା ଆସନରୁ ପ୍ରାର୍ଥୀ
ତେଣୁ ଏହି ନିର୍ବାଚନୀ କ୍ଷେତ୍ର ଉପରେ ସମସ୍ତଙ୍କ ନଜର
ବରୁଣା
ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ତାଙ୍କ ପରିବାରର ଗଡ଼ ବରୁଣା ଆସନ
ଶେଷଥର ପାଇଁ ନିର୍ବାଚନ ଲଢୁଥିବା ଘୋଷଣା କରିସାରିଛନ୍ତି ସିଦ୍ଧରମୈୟା
କନକପୁରା
କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ଗଡ଼ କନକପୁରା
ଇଡି ତଦନ୍ତର ସାମ୍ନା କରୁଥିବା ଶିବକୁମାରଙ୍କୁ ଭୋକାଲିଗାଙ୍କ ସମର୍ଥନ ରହିଛି
ଶିକାରୀପୁରା
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ପୁଅ ଶିକାରୀପୁରାରୁ ଲଢୁଛନ୍ତି
ପୁଅ ବିୱାଇ ବିଜୟେନ୍ଦ୍ରଙ୍କ ବିଜୟ ୟେଦିୟୁରପ୍ପାଙ୍କ ପାଇଁ ସମ୍ମାନର ପ୍ରଶ୍ନ
ଚନ୍ନାପଟନା
ଚନ୍ନାପଟନାରୁ ପ୍ରାର୍ଥୀ ହୋଇଛନ୍ତି ୨ ଥରର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ
ବାରମ୍ବାର କିଙ୍ଗମେକର ବନିଥିବା କୁମାରସ୍ୱାମୀଙ୍କ ପ୍ରଦର୍ଶନ ଉପରେ ନଜର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking