18.1 C
Bhubaneswar
Thursday, January 9, 2025
Homeଓଡିଶାଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଲେ ଶ୍ରୀମନ୍ଦିର ପ୍ରଶାସନ

ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଲେ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିରକୁ ପଲିଥିନ୍ ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ଦିଗରେ ଆଉ ଏକ ପଦକ୍ଷେପ । ମନ୍ଦିର ଭିତରକୁ ଫୁଲ ଏବଂ ଭୋଗ ଆଣିବା ବେଳେ ପଲିଥିନ୍ ଏବଂ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଆହ୍ୱାନ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଚାଙ୍ଗୁଡିରେ ଫୁଲ ଏବଂ ଭୋଗ ଆଣିବାକୁ ସମସ୍ତ ନିଯୋଗ ଏବଂ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି । ସୁଆର ମହାସୁଆରଙ୍କୁ ପେପର ବ୍ୟାଗ, କପଡା ବ୍ୟାଗ, ବାଉଁଶରେ ତିଆରି ସାମଗ୍ରୀରେ ତିଆରି ହୋଇଥିବା ଚାଙ୍ଗୁଡି ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି । ଏପରି କରି ଶ୍ରୀମନ୍ଦିରକୁ ପାଷ୍ଟିକ ମୁକ୍ତ ସହ ସହରକୁ ସରସ ସୁନ୍ଦର କରିବାକୁ ଆହ୍ୱାନ ଦିଆଯାଇଛି । ଏଥିସହ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking