ନୂଆଦିଲ୍ଲୀ: କର୍ଣ୍ଣି ସିଂହ ରେଞ୍ଜରେ ୧୦ ମିଟର ଏୟାର ପିସ୍ତଲ ସିଲିଣ୍ଡରରେ ସଙ୍କୁଚିତ ବାୟୁ ଭରିବା ସମୟରେ ଜଣେ ଜାତୀୟ ସ୍ତରର ବନ୍ଧୁକଚାଳକଙ୍କ ବାମ ବୃଦ୍ଧାଙ୍ଗୁଳି ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଭାରତୀୟ ବାୟୁସେନାର ଜଣେ କର୍ପୋରାଲ୍ ପୁଷ୍ପେନ୍ଦର କୁମାର ଭୋପାଳରେ ଚାଲିଥିବା ଜାତୀୟ ଚାମ୍ପିଅନସିପ୍ ପାଇଁ ଶୁଟିଂ ରେଞ୍ଜରେ ପ୍ରଶିକ୍ଷଣ ନେଉଥିବା ବେଳେ ତାଙ୍କର ବାମ ଆଙ୍ଗୁଠିରେ ଗଭୀର ଆଘାତ ଲାଗିଥିଲା । ଏବେ ତାଙ୍କୁ ଭାରତୀୟ ସେନାର ଆର ଆଣ୍ଡ ଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜଣେ ଜାତୀୟ କୋଚ୍ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପିଟିଆଇକୁ କହିଛନ୍ତି ଯେ ପୁଷ୍ପେନ୍ଦର ମୁଖ୍ୟ ସିଲିଣ୍ଡରରୁ ପିସ୍ତଲ ସିଲିଣ୍ଡରରେ କମ୍ପ୍ରେସଡ୍ ବାୟୁ ଭରୁଥିବା ବେଳେ ଏହି ଘଟଣା ଘଟିଥିଲା । ଏୟାର ପିସ୍ତଲ ଓ ଏୟାର ରାଇଫଲରେ ବ୍ୟାରେଲର ଠିକ୍ ତଳେ ଏକ ଚଳଚଞ୍ଚଳ ଗ୍ୟାସ ସିଲିଣ୍ଡର ଲାଗିଥାଏ । ଯେତେବେଳେ ସୁଟର ଟ୍ରିଗର ଦବାଇଥାଏ ସେତେବେଳେ ସିଲିଣ୍ଡରରେ ଥିବା କମ୍ପ୍ରେସଡ୍ ଗ୍ୟାସ୍ ବାହାରିଥାଏ, ଯାହା ଏୟାର ଗନ୍ ଭିତରେ ଏକ ହାତୁଡ଼ିରେ ବାଜିଲେ ଲିଡ୍ ପେଲେଟ୍ ବାହାରିଥାଏ । ଏୟାର ପିସ୍ତଲର ସିଲିଣ୍ଡରକୁ କମ୍ପ୍ରେସର କିମ୍ବା ପୋର୍ଟେବଲ୍ ସିଲିଣ୍ଡର ସାହାଯ୍ୟରେ ଏକ ନିର୍ଦ୍ଧିଷ୍ଟ ସଂଖ୍ୟକ ସଟ୍ ପରେ ଭରିବାକୁ ପଡ଼ିଥାଏ ।
ପୂର୍ବରୁ ସିଲିଣ୍ଡର ଭରିବା ପାଇଁ ଅଙ୍ଗାରକାମ୍ଳ ପସନ୍ଦର ଗ୍ୟାସ୍ ହେଉଥିଲା କିନ୍ତୁ ଟେକ୍ନୋଲୋଜିର ଅଗ୍ରଗତି ସହିତ କମ୍ପ୍ରେସ୍ଡ ଏୟାର ସିଲିଣ୍ଡର, ଯାହା ଏଲପିଜି ସିଲିଣ୍ଡରର ଛୋଟ ସଂସ୍କରଣ ଭଳି ଦେଖାଯାଇଥାଏ, ତାହା ଏବେ ଏୟାର ପିସ୍ତଲ ସିଲିଣ୍ଡର ଭରିବା ପାଇଁ ବ୍ୟବହାର କରାଯାଉଛି । ପୁଷ୍ପେନ୍ଦର ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ହୋଇଥିବା ବେଳେ ସେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନଥିବା ବେଳେ ସେ ବାୟୁସେନା ଦଳର ଜଣେ ବରିଷ୍ଠ ସଦସ୍ୟ ।