24.1 C
Bhubaneswar
Friday, February 23, 2024
Homeଖେଳସାଇ ହୋପଙ୍କ ଶତକ: ପ୍ରଥମ ଦିନିକିଆ ହାରିଲା ଇଂଲଣ୍ଡ

ସାଇ ହୋପଙ୍କ ଶତକ: ପ୍ରଥମ ଦିନିକିଆ ହାରିଲା ଇଂଲଣ୍ଡ

ଆଣ୍ଟିଗୁଆ : ବିଶ୍ୱକପ୍‌ଠାରୁ ଇଂଲଣ୍ଡ କ୍ରିକେଟ୍ ଦଳ ଏବେ ପରାଜୟର ଧାରା ବଜାୟ ରଖିଛି । ୱେଷ୍ଟଇଣ୍ଡିଜ ଗସ୍ତରେ ଏବେ ଏହି ଦଳ ରହିଥିବା ବେଳେ ଏଠାରେ ଖେଳିଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୨୫ ରନ୍‌ର ବୃହତ୍ ସ୍କୋର କରିଥିଲେ ମଧ୍ୟ ଇଂଲଣ୍ଡ ୪ ୱିକେଟ୍‌ରେ ଘରୋଇ ୱେଷ୍‌ଟଇଣ୍ଡିଜଠାରୁ ହାରିଛି । ୩୨୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ୱେଷ୍ଟଇଣ୍ଡିଜ ପକ୍ଷରୁ ଅଧିନାୟକ ୱିକେଟ୍ କିପର ସାଇ ହୋପ୍ ୮୩ ବଲରୁ ୪ଟି ଚୌକା ଓ ୭ଟି ଛକା ସହାୟତାରେ ଅପରାଜିତ ୧୦୯ ଯୋଗୁଁ ୪୮.୫ ଓଭରରେ ୬ ୱିକେଟ୍ ହରାଇ ବିଜୟୀ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଓପନର ଆଲିକ ଆଥାନାଜେ ୬୬, ରେମାରିଓ ଶେଫର୍ଡ ଦ୍ରୁତ ୪୯ (୨୮ ବଲ୍‌), ବ୍ରାଣ୍ଡନ୍ କିଙ୍ଗ ୩୫, ଶିମ୍ରନ୍ ହେଟ୍‌ମେୟର ୩୨ ରନ୍ କରିଥିଲେ । ପୂର୍ବରୁ ଇଂଲଣ୍ଡ ପକ୍ଷରୁ ହ୍ୟାର ବ୍ରୁକ୍ ସର୍ବାଧିକ ୭୧ ରନ୍ କରିଥିବା ବେଳେ ଜାକ୍ କ୍ରଲେ ୪୮, ଓପନର ସଲ୍ଟ ୪୫, ସାମ କୁରାନ୍ ୩୮, ବ୍ରିଡନ୍ କାର୍ସେ ୩୧³, ୱିଲ ଜ୍ୟାକ୍ସ ୨୬, ଡକେଟ୍ ୨୦ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ରୋମାରିଓ, ମୋଟି ଓ ଓଶନେ ଥୋମସ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking