35.1 C
Bhubaneswar
Monday, May 5, 2025
Homeଦେଶ ବିଦେଶଦିଲ୍ଲୀ ବିଧାୟକଙ୍କ ବେତନ ୬୬% ବଢ଼ିଲା

ଦିଲ୍ଲୀ ବିଧାୟକଙ୍କ ବେତନ ୬୬% ବଢ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାୟକଙ୍କ ମାସିକ ବେତନକୁ ୬୬ ପ୍ରତିଶତ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଣିକି  ବିଧାୟକଙ୍କ ବେତନ ଓ ଅନ୍ୟାନ୍ୟ ଭତ୍ତା ବର୍ତ୍ତମାନ ୫୪,୦୦୦ରୁ ୯୦,୦୦୦ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଜଣାପଡିଛି । ଏହାସତ୍ତ୍ୱେ ଅନ୍ୟ ରାଜ୍ୟର ବିଧାୟକଙ୍କ ତୁଳନାରେ ଦିଲ୍ଲୀ ବିଧାୟକଙ୍କ ବେତନ ଅପେକ୍ଷାକୃତ କମ୍ ରହୁଛି ବୋଲି କେଜ୍ରିୱାଲ କ୍ଷୋଭପ୍ରକାଶ କରିଛନ୍ତି । ଅନ୍ୟ ରାଜ୍ୟ ସହ ସମାନ ବେତନ ବ୍ୟବସ୍ଥା କରିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ମନ୍ତ୍ରଣାଳୟ ଦିଲ୍ଲୀ ବିଧାୟକଙ୍କ ମାସିକ ବେତନ ସର୍ବୋଚ୍ଚ ୩୦ ହଜାରରେ ସୀମତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାନ୍ୟ ଭତ୍ତାକୁ ମିଶାଇ ଦିଲ୍ଲୀ ବିଧାୟକ ସର୍ବାଧିକ ୯୦,୦୦୦ ଟଙ୍କା ପାଇବେ ବୋଲି କେନ୍ଦ୍ର ନିଦେର୍ଦଶ ଦେଇଛି ।

ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟଗୁଡିକ ବର୍ତ୍ତମାନ ଏହାର ଦୁଇଗଣ ଅଧିକ ବେତନ ପାଉଥିବାବେଳେ ଦିଲ୍ଲୀ ପାଇଁ କାହିଁକି ବୈମାତୃକ ମନୋଭାବ ପୋଷଣ କରାଯାଉଛି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଦିଲ୍ଲୀର ବିଧାୟକମାନେ ବେତନ ବାବଦରେ ମାସିକ ୧୨,୦୦୦ ଟଙ୍କା ଓ ଭତ୍ତା ବାବଦକୁ ୪୨,୦୦୦ ଟଙ୍କ ପାଉଥିଲେ । ଦିଲ୍ଲୀ ବିଧାୟକଙ୍କ ନିର୍ବାଚନମଣ୍ଡଳୀ ଭତ୍ତା ୧୮ରୁ ୨୫ ହଜାରକୁ, ସଚିବାଳୟ ଭତ୍ତା ୧୦ରୁ ୧୫ ହଜାରକୁ, ଟେଲିଫୋନ ବିଲ୍ ୮ରୁ ୧୦ ହଜାରକୁ, ଯାତାୟାତ ଖର୍ଚ୍ଚ ୬ରୁ ୧୦ ହଜାରକୁ ବୃଦ୍ଧି ପାଇଥିବା ଜଣାପଡିଛି । ୨୦୧୧ରେ ଦିଲ୍ଲୀ ବିଧାୟକଙ୍କ ବେତନ ଶେଷଥର ପାଇଁ ବୃଦ୍ଧି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking