29.1 C
Bhubaneswar
Saturday, July 27, 2024
Homeଅପରାଧସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ଦୁର୍ବୃତ୍ତ ମଚେଇଛନ୍ତି ଆତଙ୍କ । ପ୍ରମୁଖ ଗଣମାଧ୍ୟମର ସାମ୍ବାଦିକ ଜ୍ୟୋତିତରଞ୍ଜନ ମହାପାତ୍ରଙ୍କୁ ୪ ଜଣ ଦୁର୍ବୃତ୍ତ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଛନ୍ତି । ଗତକାଲି ରାତି ୧୨ ଟାରେ ଭିଏସଏସ ନଗରରେ ଏଭଳି କାଣ୍ଡ ଘଟିଛି ।ସୂଚନା ଅନୁଯାୟୀ ଜ୍ୟୋତିତରଞ୍ଜନ ତାଙ୍କର ଜଣେ ସାଙ୍ଗଙ୍କ ସହ ଘରକୁ ଫେରୁଥିବା ବେଳେ ରସୁଲଗଡରୁ ଏକ ବାଇକରେ ଭିଏସଏସ ନଗର ଦେଇ ଯାଉଥିବା ବେଳେ ୪ ଜଣ ଯୁବକ ଦୁଇଟି ବାଇକରେ ତାଙ୍କୁ ପିଛା କରିଥିଲେ । ପରେ ଅଶ୍ମୀଳ ଭାଷାରେ ଗାଳିଗୁଲଜ କରିବା ସହ ଗାଡି ରଖିବାକୁ କହିଥିଲେ ହେଲେ ଜ୍ୟୋତି ବାଇକ ନରଖିବାରୁ ସେମାନେ ତାଙ୍କୁ ଧକ୍କା ଦେଇ ତଳେ ପକାଇ ଖଣ୍ଡାରେ ଆକ୍ରମଣ କରିଥିଲେ । ହେଲେ ସ୍ଥାନୀୟ ଲୋକ ଆସିବାରୁ ଦୁର୍ବୃତ୍ତମାନେ ପଳାଇଥିଲେ । ପରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ ।ଏନେଇ ଜୋତିରଞ୍ଜନ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ସାମ୍ବାଦିକଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ କେଉଁଥିପାଇଁ ଏଭଳି ଆକ୍ରମଣ ହୋଇଛି ସେନେଇ କିଛି ଜାଣିନଥିବା ଜ୍ୟୋତିରଞ୍ଜନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking