27.1 C
Bhubaneswar
Sunday, September 8, 2024
Homeଓଡିଶାଘରେ ପଶି କଳାକନା ବୁଲାଇଲେ ଲୁଟେରା

ଘରେ ପଶି କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ଘରେ ପଶି କଳାକନା ବୁଲାଇଲେ ନାବାଳକ ଲୁଟେରା । ରାଜଧାନୀ ଭୁବନେଶ୍ୱରର ଗ୍ୟାରେଜ ଛକରେ ଏହି ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କ ଘରେ ପଶି ନାବାଳକ ଲୁଟେରା ଗ୍ୟାଙ୍ଗ ଏଭଳି ଲୁଟ୍‌ପାଟ୍ କରିଥିବା ଅଭିଯୋଗ ହୋଇଛି। ସୁନା ଅଳଙ୍କାର ସମେତ ଅନ୍ୟାନ୍ୟ ଜିନିଷ ସବୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ନାବାଳକମାନେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବୋଲି କୁହାଯାଉଛି ।

ଚୋରି ବେଳେ ଏମାନଙ୍କୁ ଘର ମାଲିକ ଧରିଥିଲେ ମଧ୍ୟ ୮ ଲକ୍ଷ ଟଙ୍କାର ସୁନା ନେଇ ଖସିଯାଇଥିଲେ ୨ ଜଣ । ଯେଉଁ ନାବାଳକ ହାତରେ ରୂପା ବ୍ୟାଗ୍ ଥିଲା, ତାକୁ ଧରି ଲିଙ୍ଗରାଜ ପୋଲିସକୁ ହସ୍ତାନ୍ତର କରାଯାଇଛି । ହେଲେ ଏସବୁ ପଛର ମାଷ୍ଟରମାଇଣ୍ଡ ଫେରାର ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking