29.1 C
Bhubaneswar
Saturday, July 27, 2024
Homeଓଡିଶାସ୍ଥଗିତ ରଖିଲେ ଚଳିବ ନାହିଁ, କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର ହେଉ: ମୋହନ

ସ୍ଥଗିତ ରଖିଲେ ଚଳିବ ନାହିଁ, କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର ହେଉ: ମୋହନ

ଭୁବନେଶ୍ୱର: ଆଦିବାସୀ କିଣାବିକା ପ୍ରସଙ୍ଗରେ ବର୍ଷିଲା ବିଜେପି । ଗୃହ ବାହାରେ ପ୍ରତିକ୍ରିୟା ରଖିଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ । ସ୍ଥଗିତ ରଖିଲେ ଚଳିବ ନାହିଁ, କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର ହେଉ । ମୋସନ ଆକାରରେ ଏନେଇ ଆମେମାନେ ଗୃହରେ ଆଲୋଚନା ଚାହୁଁଛୁ । କାଲି ଦାବି କରିଥିଲୁ ଆଉ ଆଜି ମଧ୍ୟ ସମାନ ଦାବି ରଖିଥିଲୁ । ସର୍ବଦଳୀୟ ବୈଠକରେ ବି ବାଚସ୍ପତି ଗ୍ରହଣ କରିବାକୁ ମନା କରିଥିଲେ । ପୁଞ୍ଜିପତିଙ୍କୁ ଆଦିବାସୀଙ୍କ ଜମି ଦେବାକୁ ସରକାର ଚକ୍ରାନ୍ତ କରିଛନ୍ତି । ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଗୃହ ବାହାରେ ବି ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ମୋହନ ମାଝୀ ।

ଘରେ ପଶି କଳାକନା ବୁଲାଇଲେ ଲୁଟେରା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking