ଭୁବନେଶ୍ୱରକ୍ଷ ସିଆଇଏସ୍ସିଇ(କାଉନ୍ସିଲ୍ ଫର୍ ଦ ଇଣ୍ଟିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନ) ପକ୍ଷରୁ ଦଶମ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ । ଅପରାହ୍ଣ ୫ଟାରେ ଫଳ ପ୍ରକାଶ ପାଇବାକୁ ଥିବା ବେଳେ ଛାତ୍ରଛାତ୍ରୀ ୱେବସାଇଟ୍ରୁ ସେମାନଙ୍କର ସମସ୍ତ ତଥ୍ୟ ଜାଣିପାରିବେ । ସେହିପରି ଏସଏମଏସ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଫଳ ପାଇ ପାରିବେ । ଛାତ୍ରଛାତ୍ରୀମାନେ ଆଇସିଏସଇ(ରୋଲ ନମ୍ବର) ଟାଇପ୍ କରି ୦୯୨୪୮୦୮୨୮୮୩ କୁ ଏସଏମଏସ ପଠାଇ ରେଜଲ୍ଟ ପାଇ ପାରିବେ । ଦୁଇଟି ଟର୍ମ ପରୀକ୍ଷାକୁ ଭିତ୍ତି କରି ଚଳିତବର୍ଷ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ।