27.1 C
Bhubaneswar
Saturday, July 27, 2024
Homeବଲିଉଡଘୋଷଣା ହେଲା 'ପୁଷ୍ପା-୨'ର ରିଲିଜ ଡେଟ ,ଏହି ଦିନ ହେବ ରିଲିଜ...

ଘୋଷଣା ହେଲା ‘ପୁଷ୍ପା-୨’ର ରିଲିଜ ଡେଟ ,ଏହି ଦିନ ହେବ ରିଲିଜ…

ବ୍ୟୁରୋ : ଜାତୀୟ ଚଳଚ୍ଚିତ୍ର ଆୱାର୍ଡର ବିଜେତା ଅଲ୍ଲୁ ଅର୍ଜୁନଙ୍କ ସବୁ ଫିଲ୍ମକୁ ଦର୍ଶକମାନଙ୍କର ଅନେକ ଭଲପାଇବା ମିଳିଥାଏ । ସାଉଥ ସିନେମାର ବେଶ ଜଣାଶୁଣା ଚେହେରା ହେଉଛନ୍ତି ଅଲ୍ଲୁ । ତାଙ୍କୁ ସାଉଥର ଷ୍ଟାଇଲିଶ ଷ୍ଟାର ମଧ୍ୟ କୁହାଯାଏ । ହେଲେ ଫିଲ୍ମ ‘ପୁଷ୍ପା’ରେ ଅଲ୍ଲୁଙ୍କୁ ଏକ ଭିନ୍ନ ଲୁକ ଦେଖିବାକୁ ମିଳିଥିଲା । ଲୁଙ୍ଗି, ଶାର୍ଟ ଏବଂ କାନ୍ଧରେ ଗାମୁଛା ସହ ହାତରେ ବିଡି ଏହି ଲୁକ କୁ ଦେଖିବା ପରେ ଦର୍ଶକମାନେ ଦିୱାନା ହୋଇଯାଇଥିଲେ । ତାଙ୍କ ଫିଲ୍ମକୁ ଦର୍ଶକମାନଙ୍କ ଠାରୁ ବହୁତ ଭଲପାଇବା ମିଳିଥିଲା । ଫିଲ୍ମଟି ବକ୍ସ ଅଫିସ୍ ରେ ଧମାଲ କରିଥିଲା । ଫିଲ୍ମଟି ଦର୍ଶକଙ୍କୁ ଏତେ ଭଲ ଲାଗିଥିଲା ଯେ ସମସ୍ତେ ଉତ୍ସାହର ସହ ଏହାର ଦ୍ଵିତୀୟ ଭାଗକୁ ଅପେକ୍ଷା କରିଥିଲେ । ତେବେ ସବୁ ଅପେକ୍ଷାର ଅନ୍ତ ପରେ ନିକଟରେ ଘୋଷଣା ହୋଇଛି ‘ପୁଷ୍ପା-୨’ର ରିଲିଜ ଡେଟ । ଏହାସହ ଏହି ଫିଲ୍ମର ପ୍ରୋମୋ ମଧ୍ୟ ରିଲିଜ ହୋଇ ସାରିଛି । ପ୍ରୋମୋଟି ଦେଖିବା ପରେ ଦର୍ଶକମାଙ୍କର ଉତ୍ସାହର ସ୍ଥର ଆହୁରି ବଢ଼ିବାରେ ଲାଗିଛି | ତେବେ ଏହି ସିକ୍ୱେଲରେ ଅଲ୍ଲୁଙ୍କ ସହ ରଶ୍ମିକା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ  ୧୧ ସେପ୍ଟେମ୍ବର ରେ ଫିଲ୍ମର ନିର୍ମାତା ମାନେ ଏହି ସୂଚନା ଦେଇଥିଲେ । ଏହି ଫିଲ୍ମଟି ଆସନ୍ତା ବର୍ଷ ଅଗଷ୍ଟ ୧୫ ରେ ପ୍ରେକ୍ଷାଳୟ ଗୁଡିକରେ ରିଲିଜ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking