29.1 C
Bhubaneswar
Saturday, July 27, 2024
Homeଅପରାଧମହଙ୍ଗା ପଡିଲା ମାଫିଆ ସହ ସମ୍ପର୍କ, ଖୋଲିଲା ମହିଳାଙ୍କ ମୃତ୍ୟୁର ଗୁମର

ମହଙ୍ଗା ପଡିଲା ମାଫିଆ ସହ ସମ୍ପର୍କ, ଖୋଲିଲା ମହିଳାଙ୍କ ମୃତ୍ୟୁର ଗୁମର

ବଲାଙ୍ଗୀର: ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ବଲାଙ୍ଗୀର ପୋଲିସକୁ ବଡ ସଫଳତା । ଦୁଇ ଦିନ ମଧ୍ୟରେ ଘଟଣାର ହେଲା ପର୍ଦ୍ଦାଫାସ । ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କ ହିଁ ମହିଳାଙ୍କ ପାଇଁ ସାଜିଥିଲା କାଳ । ପ୍ରଥମେ ଗଞ୍ଜେଇ ମାଫିଆ ଜଣଙ୍କ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବାର ସୂଚନା ଦେଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଗଞ୍ଜେଇ ମାଫିଆ ଗିରଫ । ତେବେ ଗତ ୨୨ ତାରିଖରେ ବଲାଙ୍ଗୀରର ପୁଇଁନ୍ତଲା ଥାନା ଅନ୍ତର୍ଗତ କେଶରକେଳା ଗ୍ରାମ ମୁଣ୍ଡରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପାରିପାର୍ଶ୍ଵିକ ପରିସ୍ଥିତିକୁ ଧ୍ୟାନରେ ରଖି ଏହାକୁ ଏକ ହତ୍ୟାକାଣ୍ଡ ଭାବରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାର ଦୁଇ ଦିନ ମଧ୍ୟରେ ଏହାର ପର୍ଦ୍ଦାଫାସ କରିଛି ପୋଲିସ । ତେବେ କିଛି ଘଣ୍ଟା ମଧ୍ୟରେ ମହିଳାଙ୍କ ପରିଚୟ ପାଇବାରେ ପୋଲିସ ସଫଳ ହେବା ପରେ ତାଙ୍କୁ ହତ୍ୟା କରାଯାଇଥିବାର ରହସ୍ୟକୁ ଉନ୍ମୋଚିତ କରିଛି । ମୃତ ମହିଳା ଜଣକ ବୌଦ୍ଧ କଣ୍ଟାମାଳ ବରିଗୁଭା ଗ୍ରାମର । ସେପଟେ ମହିଳାଙ୍କ ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କ ହିଁ ତାଙ୍କର ମୃତ୍ୟୁର କାରଣ ବୋଲି ପୋଲିସ ସ୍ପଷ୍ଟ କରିଛି ।

ବଲାଙ୍ଗୀର ଏସଡିପିଓ ପ୍ରଦୀପ କୁମାର ସାହୁ ଦେଇଥିବା ସୂଚନା ଅନୁସାରେ, ସଂପୃକ୍ତ ମହିଳା ମିଶନ ଶକ୍ତି ବିଭାଗରେ ଜଣେ ସିଆରପି କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ଏହାରି ମଧ୍ୟରେ କଣ୍ଟାମାଳ ଖଲିଆପାଲି ଗ୍ରାମର ସପ୍ତମ ବଗର୍ତ୍ତି ନାମକ ଜଣେ ଗଞ୍ଜେଇ ମାଫିଆ ସହ ସମ୍ପର୍କରେ ଆସିଥିଲେ । ଗଞ୍ଜେଇ ମାଫିଆ ଜଣଙ୍କ ସଂଯୁକ୍ତାଙ୍କୁ ବଲାଙ୍ଗୀର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଏକ ସ୍ଥାନକୁ ଗଞ୍ଜେଇ ଚାଲାଣ ପାଇଁ ସାହାଯ୍ୟ କରିବାକୁ କହିଥିଲେ । ମହିଳା ଜଣକ ଏଥିରେ ରାଜି ହୋଇ ତାଙ୍କ ସହ ଏକ ମୋଟର ସାଇକେଲରେ ବଲାଙ୍ଗୀର ଆସିଥିଲେ । ତେବେ ପୁଇଁନ୍ତଲା କେଶରକେଳା ଗାଁକୁ ଯାଇଥିବା ବେଳେ ସେଠାରେ ଗଞ୍ଜେଇ କାରବାର ପରେ ଉଭୟ କଣ୍ଟାମାଳ ପାଇଁ ବାହାରିଥିଲେ । ହେଲେ କେଶରକେଳା ଗ୍ରାମ ନିକଟରେ ସପ୍ତମ ବଗର୍ତ୍ତି ମହିଳାଙ୍କୁ ଓହ୍ଲାଇ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏହି ବିଷୟରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking