ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମହାରାଜପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଖୁଲମ ଖୁଲା ଚାଲିଛି ପିଡ଼ିଏସ ଚାଉଳ ବ୍ୟବସାୟ । ଓଡ଼ିଶା ସରକାର ଙ୍କ ଦ୍ଵାରା ଗରିବ ଲୋକଙ୍କ ପାଇଁ ମାସିକ ରାସନ ଦିଆଯାଉଥିବା ବେଳେ ଦଲାଲ ମାନେ ଦିନ ଦ୍ୱିପ୍ରହରରେ ଚଳେଇଛନ୍ତି କଳା କାରବାର ।
ମହାରାଜପଲ୍ଲୀ ଠାରେ ପିଡ଼ିଏସ ଚାଉଳ ଦିଆଯାଉଥିବା ବେଳେ ଚାଉଳ ବେପାରୀ ତଥା ଦଲାଲ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର କିଛି ମିଟର ଦୂରରେ ଗୋଦାମ କରି କଳା ବଜାରୀ କରୁଥିବା ଦେଖା ଦେଇଛି । ଗୋଦାମରେ 60ରୁ ଉର୍ଦ୍ଧ ବସ୍ତା ଚାଉଳ ଜମା ରଖିବାର ଦେଖିବାକୁ ମିଳିଛି l ସୂଚଣାରୁ ଜଣା ପଡିଛି MPV-81 ର ଜଣେ ବ୍ୟକ୍ତି ବର୍ଷ ବର୍ଷ ଧରି ମହାରାଜପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଗୋଦାମ କରି ଖୁଲ୍ଲମ ଖୋଲା ଚାଲିଛି ପିଡ଼ିଏସ ଚାଉଳ ବେପାର ରାଜତ୍ୱ l
ସ୍ଥାନୀୟ ଲୋକ ଏହାର ବିରୋଧ କରି ଥିଲେ ଦେଖିବାକୁ ମିଳିଛି l