35.1 C
Bhubaneswar
Tuesday, May 12, 2026
Homeଓଡିଶାପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକ୍‌ଙ୍କ ପରଲୋକ

ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକ୍‌ଙ୍କ ପରଲୋକ

ବରଗଡ଼: ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ମହମ୍ମଦ ରଫିକ୍‌ଙ୍କ ଶୁକ୍ରବାର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କର ୭୧ ବର୍ଷ  ହୋଇଥିଲା। ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ ମଧ୍ୟ ସେ କାମ କରିଥିଲେ।ସେ କିଛିଦିନ ହେଲା ରକ୍ତ ଶର୍କରାଜନିତ ରୋଗ ପାଇଁ ବରଗଡ଼ର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସକାଳ ପ୍ରାୟ ୬ଟା ୩୦ମି ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୨୦୦୪ ରୁ ୨୦୦୯ପର୍ଯ୍ୟନ୍ତ ସେ ତତ୍କାଳୀନ ମେଳଛାମୁଣ୍ଡା ବିଧାନସଭା କ୍ଷେତ୍ରର ବିଧାୟକ ଥିଲେ। ଏହା ସହିତ ସେ ସୋହେଲା ଦୁର୍ଗାପୂଜା କମିଟିର ଉପସଭାପତି ଥିଲେ। ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ ମଧ୍ୟ ସେ କାମ କରିଥିଲେ। ସ୍ବର୍ଗତଃ ରଫିକ୍‌ ଅବିବାହିତ ଥିଲେ। ନିଜର ଅମାୟିକ ବ୍ୟବହାର, ସରଳ ସ୍ବଭାବ ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅତି ପ୍ରିୟ ଥିଲେ। ତାଙ୍କ ବିୟୋଗରେ ସୋହେଲା ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking