27.1 C
Bhubaneswar
Thursday, June 19, 2025
Homeଦେଶ ବିଦେଶ୪୨୪ ଭିଆଇପିଙ୍କ ସୁରକ୍ଷା ହଟାଇଲେ ପଞ୍ଜାବ ସରକାର

୪୨୪ ଭିଆଇପିଙ୍କ ସୁରକ୍ଷା ହଟାଇଲେ ପଞ୍ଜାବ ସରକାର

ଚଣ୍ଡିଗଡ଼: ପଞ୍ଜାବର ଆପ୍ ସରକାର ଗତକାଲି ଆଉ ୪୨୪ ଜଣ ଭିଆଇପିଙ୍କ ସୁରକ୍ଷା ହଟାଇ ନେଇଛନ୍ତି । ଏହା ସହିତ ସୁରକ୍ଷାରେ ନିୟୋଜିତ ପଞ୍ଜାବ ପୁଲିସର କମାଣ୍ଡୋଙ୍କୁ ଜଳନ୍ଧରସ୍ଥିତ ରାଜ୍ୟ ଆର୍ମଡ୍ ପୁଲିସ୍‌ରେ ରିପୋର୍ଟ କରିବାକୁ କୁହାଯାଇଥିଲା। ଏହି ଭିଆଇପିଙ୍କ ମଧ୍ୟରେ ଶ୍ରୀ ଅକାଳ ତଖ୍‌ଥ ସାହିବର ଜାଠେଦାର ଜ୍ଞାନୀ ହରପ୍ରୀତ୍ ସିଂହଙ୍କ ସମେତ ବର୍ତ୍ତମାନର ୩ ପୁଲିସ୍ ଏଡିଜି ଏବଂ କଂଗ୍ରେସର କେତେକ ପୂର୍ବତନ ବିଧାୟକଙ୍କ ପ୍ରମୁଖ ।

ସୂଚନାଯୋଗ୍ୟ, ରବିବାର ଆତତାୟୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପଞ୍ଜାବୀ ସିଙ୍ଗର୍ ସିଦ୍ଧୁ ମୁସେୱାଲା ମଧ୍ୟ ଏହି ଭିଆଇପି ତାଲିକାରେ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେରା ରାଧାସ୍ୱାମୀ ସତ୍‌ସଙ୍ଗ ବ୍ୟାସ, ଭତିିଣ୍ଡାର ଡେରା ରୁମିବାବା ଭୁଚୋ ମଣ୍ଡି ମୁଖୀ ବାବା ସୁଖଦେବ ସିଂହ, ଶାହି ଇମାମ୍ ମୌଲାନା ମହମ୍ମଦ ଉସ୍‌ମାନ ଲୁଥିୟାନଭୀଙ୍କର ମଧ୍ୟ ସୁରକ୍ଷା ହଟାଇ ନିଆଯାଇଛି । ଏହା ବ୍ୟତୀତ କଂଗ୍ରେସର ପୂର୍ବତନ ସାଂସଦ ଶମଶେର ସିଂହ ଦୁଲୋ ଏବଂ ରାଜୀବ ଶୁକ୍ଳାଙ୍କ ସମେତ ଜାତୀୟ ଏସ୍‌ସି କମିଶନ୍ ଅଧ୍ୟକ୍ଷ ଇକ୍‌ବାଲ୍ ସିହ ଲାଲପୁରା, ପୂର୍ବତନ ସାଂସଦ ସୁଖଦେବ ସିଂହ ଧିଣ୍ଡ୍‌ସାଙ୍କ ମଧ୍ୟ ସୁରକ୍ଷା କାଢ଼ି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking