ଚଣ୍ଡୀଗଡ଼: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ବର ବେଶରେ ବସିଲେ ଭଗଓ୍ଵନ୍ତ ମାନ୍ । କନ୍ୟା ସାଜିଛନ୍ତି ଡକ୍ଟର ଗୁରପ୍ରୀତ୍ କୋର୍ । ବାଜା ସାହାନାଇ ମଧ୍ୟରେ ଦୁହିଁଙ୍କ ବିବାହ ରୀତିନୀତିରେ ସମ୍ପର୍ଣ୍ଣ ହୋଇଛି । ମାନ୍ଙ୍କ ନିଜ ଚଣ୍ଡିଗଡସ୍ଥିତ ବାସଭବନରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଅଳ୍ପ ସଂଖ୍ୟକ ଅତିଥିଙ୍କୁ ନେଇ ବିବାହ ଉତ୍ସବ ଚାଲିଛି । କେବଳ ପରିବାର ଓ ଘନିଷ୍ଠ ବନ୍ଧୁମାନେ ବାହାଘରରେ ଯୋଗଦେଇଛନ୍ତି । ମାନ୍ଙ୍କ ବାହାଘରରେ ଯୋଗଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ସାଂସଦ ରାଘବ ଚଢା । ଡାକ୍ତର ଗୁରପ୍ରୀତ୍ କୋର୍ଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ଭଗଓ୍ଵନ୍ତ ମାନ । କହିରଖିବା ଉଚିତ ହେବକି ଆଜିକୁ ଠିକ ୬ବର୍ଷ ତଳେ ମାନ୍ଙ୍କ ପ୍ରଥମ ବିବାହ ବିଚ୍ଛେଦ ହୋଇଥିଲା ।