29.1 C
Bhubaneswar
Saturday, July 27, 2024
Homeଅପରାଧକଲେଜ ଛାତ୍ରୀଙ୍କୁ ପ୍ରେମ ନିବଦେନ କରି ଗିରଫ ହେଲେ ଅଧ୍ୟାପକ

କଲେଜ ଛାତ୍ରୀଙ୍କୁ ପ୍ରେମ ନିବଦେନ କରି ଗିରଫ ହେଲେ ଅଧ୍ୟାପକ

ଯାଜପୁର : କଲେଜ ଛାତ୍ରୀଙ୍କୁ ପ୍ରେମ ନିବଦେନ କରି ଗିରଫ ହେଲେ ଅଧ୍ୟାପକ ।  ଯାଜପୁର ଚିତାଳୋ କଲେଜର ଅଧ୍ୟାପକ ନିରଞ୍ଜନ ପଣ୍ଡାଙ୍କ ବିରୋଧରେ ଖୋଦ କଲେଜ ଛାତ୍ରୀ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ । ଅଭିଯୋଗ ମୁତାବକ ଅଧ୍ୟାପକ ଜଣକ ବିଭିନ୍ନ ଛାତ୍ରୀଙ୍କୁ ହ୍ୱାଟ୍ସଆପ ମାଧ୍ୟମରେ ପ୍ରେମ ନିବେଦନ କରିବା ସହିତ ନିଜ ରୁମକୁ ଡକାଇଥାନ୍ତି । ତାଙ୍କୁ ପ୍ରେମ କରିବା ସହିତ ରାତିରେ ତାଙ୍କ ରୁମରେ ରହିବା ପାଇଁ ବାଧ୍ୟ କରନ୍ତି । ଅମାନ୍ୟ ହେଲେ ପରିକ୍ଷାରେ ମାର୍କ କମାଇଦେବାର ଧମକ ଦେଇଥାନ୍ତି । ଏପରିକି ଅଧ୍ୟାପକ ଏବଂ ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ଫୋନ୍‌ ବାର୍ତାଳପ ଏବଂ ମୋବାଇଲ ସ୍କ୍ରିନ ସଟ ଏବେ ଭାଇରାଲ ହୋଇଛି । ଅଧ୍ୟାପକଙ୍କ ଏଭଳି କାରନାମା ବିରୋଧରେ ଅଭିଯୋଗ କରିବା ପରେ ଛାତ୍ରୀଙ୍କୁ  ମାଡ ମାରିଥିବା ଅଭିଯୋଗ ହୋଇଛି । ଆଜି କେତେକ ଛାତ୍ରୀ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଯାଜପୁର ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅଧ୍ୟାପକ ନିରଞ୍ଜନଙ୍କୁ ଗିରଫ କରିଛି । ନିରଞ୍ଜନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୯୪,୩୫୪ ବି ,୫୦୬ ରୁଜୁ କରିଛି । ସେପଟେ ଅଭିଯୁକ୍ତ ଅଧ୍ୟାପକ ଜଣକ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking