ଭାରତକୁ ଆଉ ଏକ ପଦକ : ସିଂହରାଜ ଅଧନାଙ୍କୁ ବ୍ରୋଞ୍ଜ

ଟୋକିଓ : ଟୋକିଓ ପାରାଅଲମ୍ପଚକ୍ସରେ ଭାରତକୁ ଆଉ ଏକ ପଦକ । ଟୋକିଓ ପାରାଅଲମ୍ପିକ୍ସ ସୁଟିଂରେ ସିଂହରାଜ ଅଧନାଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ୧୦ ମିଟର ଏୟାର ପିସ୍ତଲରେ ଜିତିଲେ ବ୍ରୋଞ୍ଜ ପଦକ । ପାରାଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି।ଯୋଗ୍ୟତା ରାଉଣ୍ଡରେ ଶୀର୍ଷରେ ଥିବା ମନୀଷ ନରୱାଲ ଫାଇନାଲରେ ନିରାଶ ହୋଇ ମୋଟ ୧୩୫.୮ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ଷଷ୍ଠ ସ୍ଥାନରେ ଥିବା ସିଂରାଜ ଫାଇନାଲ୍‌ର ପ୍ରଥମ ପର୍ଯ୍ୟାୟରେ ର଼୍ୟାଙ୍କିଙ୍ଗର ଶୀର୍ଷକୁ ଯିବାକୁ ଚମତ୍କାର ଆରମ୍ଭ କରିଥିଲେ।

ସୂୂଚନାଯୋଗ୍ୟ, ଟୋକିଓ ପାରା ଅଲିମ୍ପିକ୍ସରେ ପୁରୁଷ ଡିସକସ୍ ଥ୍ରୋ’ରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ । ଯୋଗେଶ ମୋଟ୍ ୪୪.୩୮ମିଟର ଥ୍ରୋ କରିଥିଲେ । ସେହିପରି ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ ଲେଖରା । ମହିଳା ୧୦ ମିଟର ଏୟାର ପିସ୍ତଲ ରାଇଫଲରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦୁଇଟି ପ୍ରତିଯୋଗିତାରେ ମାତ୍ର ୬୦ ମିଟର୍‌ ମାର୍କ ଥ୍ରୋ କରି ଝାଝଡ଼ିଆ ଆଜିର ପ୍ରତିଯୋଗିତା ଆରମ୍ଭ କରିଥିଲେ। କିନ୍ତୁ, ତୃତୀୟ ଥ୍ରୋ’ରେ ୬୪.୩୫ କରି ଭାରତର ପଦକ ଆଶା ଉଜ୍ଜୀବିତ କରିଥିଲେ।

ପଞ୍ଚମ ଏବଂ ଷଷ୍ଠ ଥ୍ରୋ’ରେ ଭାରତୀୟ ପରା-ଆଥ୍‌ଲିଟ୍‌ (ପାରାଲିମ୍ପିକ୍ ଖେଳାଳି) ‘ଫାଉଲ୍‌ସ୍‌’ ଭାବେ ରେଜିଷ୍ଟର୍‌ ହୋଇଥିଲେ। ଏବଂ ଶେଷ ଥ୍ରୋ’ଟି ୬୧.୨୩ ମିଟର୍‌ ଭାବେ ରେଜିଷ୍ଟର୍‌ ହୋଇଥିଲା। ସୁନ୍ଦର ମଧ୍ୟ ମନ୍ଥର ଗତିରେ ଖେଳ ଆରମ୍ଭ କରିଥିଲେ, କିନ୍ତୁ ପଞ୍ଚମ ଉଦ୍ୟମରେ ସେ ୬୪ ମିଟର୍‌ ମାର୍କ ଊର୍ଦ୍ଧ୍ବକୁ ଯାଇ ମେଡାଲ୍‌ ପାଇବାକୁ ସ୍ତରକୁ ଆସିଥିଲେ। ସେହିପରି, ଫାଇନାଲ୍‌ରେ ତୃତୀୟ ଜାଭ୍‌ଲିନ୍‌ ଫିଙ୍ଗାଳି ଅଜିତ ସିଂହ ୮ମ ସ୍ଥାନରେ ରହି କୌଣସି ପଦକ ହାସଲ କରି ପାରିନାହାନ୍ତି।

LEAVE A REPLY

Please enter your comment!
Please enter your name here