24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶତିନିଦିନିଆ ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ

ତିନିଦିନିଆ ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ ଶେର୍ ବାହାଦୁର ଦେଉବା ଶୁକ୍ରବାର ତିନିଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଦେଉବାଙ୍କ ସହ ତାଙ୍କ ପତ୍ନୀ ଡ. ଆର୍ଜୁ ଦେଉବା ଓ ଏକ ଉଚ୍ଚସ୍ତ୍ରରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଏହି ଗସ୍ତରେ ଆସିଛନ୍ତି । ଗତବର୍ଷ ଜୁଲାଇରେ ପଞ୍ଚମ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ଏହା ପ୍ରଥମ ଭାରତ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତଣକ୍ରମେ ଭାରତ ଆସିଥିବା ଦେଉବା ଆଜି ବିଦେଶ ମନ୍ତ୍ରୀ ଢ. ଏସ୍ ଜୟଶଙ୍କରଙ୍କୁ ସାକ୍ଷାତ କରିବେ । ସେହିପରି ଆସନ୍ତାକାଲି ଅନ୍ୟାନ୍ୟ କାର୍ଯ୍ୟକ୍ରମ ବ୍ୟତୀତ ହାଇଦ୍ରାବାଦ ହାଉସ୍‌ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ନୂଆଦିଲ୍ଲୀରେ ବିଭିନ୍ନ ଅଫିସିଆଲ୍ କାର୍ଯ୍ୟକ୍ରମ ବ୍ୟତୀତ ନେପାଳ ପ୍ରଧାନମନ୍ତ୍ରୀ ବାରାଣସୀ ଗସ୍ତରେ ମଧ୍ୟ ଯିବେ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତ ଓ ନେପାଳ ମଧ୍ୟରେ ବହୁ ବର୍ଷ ଧରି ସ୍ୱତନ୍ତ୍ର ବନ୍ଧୁତା ଓ ସହଯୋଗ ରହିଆସିଛି । ଶେଷଥର ପାଇଁ ନେପାଳ ସରକାରଙ୍କ ମୁଖ୍ୟଭାବେ ପ୍ରଧାନମନ୍ତ୍ରୀ ଭାବେ କେପି ଓଲି ୨୦୧୯ ମେ’ରେ ଭାରତ ଗସ୍ତ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ । ତା’ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କାଠମାଣ୍ଡୁରେ ଅନୁଷ୍ଠିତ ଚତୁର୍ଥ ବିମ୍‌ଷ୍ଟେକ୍ ସମିତ୍‌ରେ ଯୋଗଦେବା ପାଇଁ ଅଗଷ୍ଟ ୨୦୧୮ରେ ନେପାଳ ଗସ୍ତରେ ଯାଇଥିଲେ । ନେପାଳ କଂଗ୍ରେସର ଜଣେ ଭେଟେରାନ୍ ନେତା ଶେର୍ ବାହାଦୁର ଦେଉବା ଦୀର୍ଘ ସାତ ଦଶନ୍ଧି ଧରି ନେପାଳ ରାଜନୀତିରେ ସକ୍ରିୟ ରହିଛନ୍ତି । ଏହା ନେପାଳ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ପଞ୍ଚମ କାର୍ଯ୍ୟକାଳ ହୋଇଥିବା ବେଳେ ସେପ୍ଟେମ୍ବର ୧୯୯୫ରୁ ମାର୍ଚ୍ଚ ୧୯୯୭ ପର୍ଯ୍ୟନ୍ତ ତାଙ୍କର ପ୍ରଥମ କାର୍ଯ୍ୟକାଳ ଥିଲା ।
ଏହା ତାଙ୍କର ପଞ୍ଚମ ଭରତ ଗସ୍ତ ହୋଇଥିବା ବେଳେ ଶେଷଥର ପାଇଁ ଅଗଷ୍ଟ ୨୦୧୭ରେ ଭାରତ ଗସ୍ତ କରିଥିଲେ । ଏହା ବ୍ୟତୀତ ୧୯୯୬, ୨୦୦୨ ଓ ୨୦୦୪ରେ ମଧ୍ୟ ଭାରତ ଆସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking