16.1 C
Bhubaneswar
Sunday, January 12, 2025
Homeଦେଶ ବିଦେଶରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ୟୁକ୍ରେନ ଏବଂ ଋଷର ଏହି ଯୁଦ୍ଧ ଜାରି ରହିଥିବାବେଳେ ଭାରିୀ୍ରମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଭାରତର ସରକାର ଅପରେଶନ ଗଙ୍ଗା ଚଳାଇ ଏବେ ସୁଦ୍ଧା ଅନେକ ଭାରତୀୟ ମାନଙ୍କୁ ଫେ଼ରାଇ ଆଣିଛନ୍ତି । ଏହି ଯୁଦ୍ଧ ନିମନ୍ତେ ପ୍ରଧାନମନ୍ତ୍ରୀ ଦୁଇ ଦୁଇ ଥର ଉଚ୍ଚସ୍ତରୀୟ ବୈଠକ ବସାଇ ସାରିଛନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ତାଙ୍କୁ ୟୁକ୍ରେନ ସଙ୍କଟ ସମେତ ଅନେକ ପ୍ରସଙ୍ଗରେ ସୂଚନା ଦେଇଛନ୍ତି ।ତେବେ ରୁଷର ଆକ୍ରମଣ ପରେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବାକୁ ଏବେ କେନ୍ଦ୍ରମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସୋମବାର ଦିନ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜିଜୁ ଓ ଜେନେରାଳ୍ ଭିକେ ସିଂହ ଏହି ଅଭିଯାନରେ ସମନ୍ୱୟ ରକ୍ଷା କରିବେ ଓ ଛାତ୍ରଛାତ୍ରୀଙ୍କୁ ସାହାର‌୍ୟ୍ୟ କରିବାକୁ ୟୁକ୍ରେନର ପଡୋଶୀ ଦେଶକୁ ଯିବେ । ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହି ମନ୍ତ୍ରୀମାନେ ଭାରତର ‘ବିଶେଷ ଦୂତ’ ଭାବେ ସେଠାକୁ ଯିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking