26.1 C
Bhubaneswar
Wednesday, January 8, 2025
Homeଓଡିଶାପୁଣି ବଢ଼ିଲା ରସୁଣ ଦର

ପୁଣି ବଢ଼ିଲା ରସୁଣ ଦର

ଭୁବନେଶ୍ୱର: ରୋଷେଇ ଶାଳର ଅତ୍ୟାବଶ୍ୟକ ସାମଗ୍ରୀ ରୁସଣର ଦର ଆକାଶ ଛୁଆଁ ହୋଇଛି । ଅମଳ ସମୟରେ ବଜାରରେ ରସୁଣ କିଲୋକୁ ପାଖାପାଖି ୫ ଶହ ଟଙ୍କାରେ ବିକ୍ରି ହେଉଛି । ହେଲେ ଦୁଃଖର କଥା ହେଉଛି ରସୁଣ ଚାଷ କରିଥିବା ଚାଷୀ ନୁହେଁ ଚଢା ଦରରେ ରସୁଣ ବିକ୍ରି କରି ବ୍ୟବସାୟୀ ମାଲାମାଲ ହେଉଛନ୍ତି । ରସୁଣ କିଲୋକୁ ୪୫୦ରୁ ୪୮୦ ଟଙ୍କା କଷୁଛନ୍ତି ବ୍ୟବସାୟୀ । କିଣିବାକୁ ଡରୁଛନ୍ତି ଗ୍ରାହକ ।

ଦୁଇ ସପ୍ତାହ ତଳେ ରସୁଣ କିଲୋ ପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରିଥିଲେ ଚାଷୀ । ରସୁଣର ଦର ଅଚାନକ ବୃଦ୍ଧି ପଛରେ କଳାବଜାରୀଙ୍କ ହାତ ଥିବା ଅନୁମାନ କରାଯାଉଛି । ଅନ୍ୟପଟେ ବ୍ୟବସାୟୀ କହିଛନ୍ତି, ବଜାରରେ ରସୁଣର ଆବଶ୍ୟକତା ପୂରଣ କରିବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଦର ବଢିଯାଇଛି । ସେପଟେ ନୂଆ ରସୁଣ ଅମଳ ହୋଇ ବଜାରକୁ ଆସିଲେ ଦର ସ୍ୱାଭାବିକ ହେବ ବୋଲି ଆଶା କରାଯାଉଥିଲା । ହେଲେ ସେ ଆଶା ବି ପାଣି ଫାଟି ଯାଇଛି । କହିଛନ୍ତି, ନୂଆ ରସୁଣ ବଜାରକୁ ଆସିବା ପରେ ବି ଦର କମିବା ପରିବର୍ତେ ପାଖାପାଖି ୫୦ ପ୍ରତିଶତ ବଢ଼ିଯାଇଛି । ଦର ନିୟନ୍ତ୍ରଣ ପାଇଁ ସରକାର ହସ୍ତକ୍ଷେପ କରିବା ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking