30.6 C
Bhubaneswar
Tuesday, May 13, 2025
Homeଦେଶ ବିଦେଶ୮ ଜଣଙ୍କୁ କୀର୍ତ୍ତି ଓ ୨୯ ଜଣଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି

୮ ଜଣଙ୍କୁ କୀର୍ତ୍ତି ଓ ୨୯ ଜଣଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ମୋଟ ୩୭ ଅଧିକାରୀଙ୍କୁ ସାମରିକ ପଦକ ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ସେନା, ଅର୍ଦ୍ଧସାରିକ ବାହିନୀ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ଅଧିକାରୀ ସାମିଲ ଅଛନ୍ତି । ୮ ଜଣଙ୍କୁ କୀର୍ତ୍ତିଚକ୍ର ଏବଂ ୨୯ ଜଣଙ୍କୁ ଶୌର୍ଯ୍ୟଚକ୍ରରେ ସମ୍ମାନିତ କରାଯାଇଛି । କର୍ତ୍ତବ୍ୟ ସମ୍ପାଦନ ସମୟରେ ଅସାଧାରଣ ବୀରତ୍ୱ ଓ ସାହସିକତା ପ୍ରଦର୍ଶନ କରିଥିବାରୁ ଏହି ଅଧିକାରୀଙ୍କୁ ପୁରସ୍କୃତ କରାଯାଇଛି । କୀର୍ତ୍ତିଚକ୍ର ଓ ଶୌର୍ଯ୍ୟଚକ୍ର ପାଇଥିବା ଅଧିକାରୀଙ୍କ ମଧ୍ୟରେ ୧୦ ଜଣ ମରଣୋତ୍ତରଭାବେ ସମ୍ମାନିତ ହୋଇଥିବା ଜଣାପଡିଛି ।

କୀର୍ତ୍ତିଚକ୍ର ପାଇଥିବା ଅଧିକାରୀଙ୍କ ମଧ୍ୟରେ ବିଏସଏଫ୍ କନଷ୍ଟେବଳ ସୁଦୀପ ସରକାର, ଜମ୍ମୁ-କଶ୍ମୀର ପୁଲିସ କନଷ୍ଟେବଳ ରୋହିତ କୁମାର, ଛତିଶଗଡ ପୁଲିସ ସବ୍‌ଇନିସପେକ୍ଟର ଦୀପକ ଭରଦ୍ୱାଜ, ଛତିଶଗଡ ପୁଲିସଦ ହେଡ୍ କନଷ୍ଟେବଳ ଶ୍ରବଣ କଶ୍ୟପ, ବିଏସଏଫ୍ ସବ୍‌ଇନିସପେକ୍ଟର ପାଓତିନ୍‌ସାତ୍ ଗୁଇତେ, (ସମସ୍ତେ ମରଣୋତ୍ତର), ରାଷ୍ଟ୍ରୀୟ ରାଇଫଲ୍‌ସ ନାଏକ ଜିତେନ୍ଦ୍ର ସିଂହ, ମେଜର ଶୁଭାଙ୍ଗ ଓ ନାଏକ ଦେବେନ୍ଦ୍ର ପ୍ରତାପ ସିଂହ ଅନ୍ୟତମ ।

ସେହିପରି ଶୌର୍ଯ୍ୟଚକ୍ର ପାଇଥିବା ଅଧିକାରୀଙ୍କ ମଧ୍ୟରେ ସିଆରପିଏଫ୍ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅମିତ କୁମାର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସତ୍ୟେନ୍ଦ୍ର ସିଂହ, ରାଷ୍ଟ୍ରୟୀୟ ରାଇଫଲ୍‌ସ ହାବିଲଦାର ଘନଶ୍ୟାମ, ସିଆରପିଏଫ୍ ଡେପୁଟୀ କମାଣ୍ଡାଣ୍ଟ ଭିକ୍କି କୁମାର ପାଣ୍ଡେ, ଲେଫ୍ଟନାଣ୍ଟ କମାଣ୍ଡର ମୃତ୍ୟୁଞ୍ଜୟ କୁମାର, ପାରାଚ୍ୟୁଟ୍ ରେଜିମେଣ୍ଟ ମେଜର ଅମିତ ଦହିୟା, ମହାରାଷ୍ଟ୍ର ପୁଲିସ ଏସ୍‌ପି ସୋମାୟ ବିନାୟକ ମୁଣ୍ଡେ, ମେଜର ନୀତିନ ଧାନିଆ, ରାଷ୍ଟ୍ରୀୟ ରାଇଲଫ୍ସର ଲାନ୍ସ ନାଏକ ରାଘବେନ୍ଦ୍ର ସିଂହ, ମେଜର ସନ୍ଦୀପ କୁମାର, ମେଜର ଅଭିଷେକ ସିଂହ, ସ୍କ୍ୱାଡ୍ରନ ଲିଡର ସନ୍ଦୀପ କୁମାର ଝାଝାରିଆ, ମେଜର ଆଦିତ୍ୟ ଭାଦୌରିୟା, ଗ୍ରୁପ୍ କ୍ୟାପଟେନ ଯୋଗେଶ୍ୱର କଣ୍ଡାଲକର, ମେଜର ଯୁଦ୍ଧବୀର ସିଂହ, କ୍ୟାପଟେନ ରାକେଶ, ଲାନ୍ସ ନାଏକ ବିକାଶ ଚୌଧୁରୀ, ମେଜର ଅରୁଣ କୁମାର, ରାଇଫଲମ୍ୟାନ ଆଉରଙ୍ଗଜେବ, ସିପାହୀ କର୍ଣ୍ଣବୀର ସିଂହ, ଗନର ଯଶବୀର ସିଂହ, କନଷ୍ଟେବଳ ମୁଦାଶୀର ଶେଖ୍‌, ନାଏକ ଯଶବୀର ସିଂହ (ଶେଷ ୫ ଜଣଙ୍କୁ ମରଣୋତ୍ତର) ଅନ୍ୟତମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking