22.1 C
Bhubaneswar
Wednesday, January 15, 2025
Homeଓଡିଶାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ ସ୍ଥିର: ରାତି ୧୦ଟାରେ ଉଠିବ ମହାଦୀପ

ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ ସ୍ଥିର: ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଆଜି ପାଳିଆ ସେବାୟତଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଏହି ବୈଠକ ବସିଛି । ବୈଠକରେ ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଛି । ଭୋର ୩:୩୦ରେ ଆଳତି ହେବ । ଅବକାଶ ନୀତି ଭୋର ୪ ଟାରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେବାୟତ ପରିବାରମାନେ ମହାପ୍ରଭୁଙ୍କ ଉତ୍ତର ଦ୍ୱାର ଦେଇ ଦର୍ଶନ କରିବେ । ଭୋର ୫ ରୁ ୧୧ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ସାହଣମେଲା ଦର୍ଶନ କରିବାର ସୁଯୋଗ ମିଳିବ ।

୧୧ ଟା ପରେ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ । ରାତି ୧୦ ଟାରେ ମହାଦୀପ ଉଠିବା ପାଇଁ ବ୍ୟବସ୍ଥା ହୋଇଛି । ତା ପରେ ୪ ପ୍ରହର ନୀତି ହେବ ବୋଲି କମଳାକାନ୍ତ ବଡ଼ୁ ସୂଚନା ଦେଇଛନ୍ତି । ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପୂର୍ବରୁ ମଙ୍ଗଳବାର ଅନ୍ୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମହା ଶିବରାତ୍ରିରେ ସର୍ବାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି ପ୍ରସ୍ତୁତି କରିଛି କମିସନରେଟ୍ ପୋଲିସ । ପ୍ରସ୍ତୁତି ବୈଠକରେ ପୁଲିସ କମିଶନର, ସେବାୟତ, ଜଟଣୀ ବିଧାୟକ ସୁର ରାଉତରାୟ, ବିଜେପି ନେତା ବାବୁସିଂ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ସମସ୍ତଙ୍କ ସହଯୋଗ ଲୋଡିଥିଲା କମିସନରେଟ୍ ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking