32.1 C
Bhubaneswar
Monday, May 20, 2024
Homeଅପରାଧଫୋନ୍ କରି ଦେଉଥିଲେ ଧମକ, ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଫୋନ୍ କରି ଦେଉଥିଲେ ଧମକ, ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବ୍ୟୁରୋ : ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ନିର୍ଗୁଣ୍ଡି ନିକଟରେ ଥିବା ପାର୍ସବା ପ୍ୟାକର୍ସ କମ୍ପାନୀରେ ଦାଦାବଟି ଆଦାୟ ବମିଂ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟାଙ୍ଗୀ ପୋଲିସ । ୫ଟି ଅଫୁଟା ବୋମା ସହ ବୋମା ପ୍ରସ୍ତୁତ ସାମଗ୍ରୀ, ୩ଟି ମୋବାଇଲ ସହିତ ଏକ ବାଇକ ଜବତ । ଏହି ଘଟଣାରେ ଟାଙ୍ଗୀ ପୋଲିସ ଅଭିଯୋଗ ପାଇ ଏକ ମାସ ହେବ ତଦନ୍ତ ଜାରି ରଖିଥିଲା । ବାରମ୍ବାର ମୋବାଇଲ ବ୍ୟବହାର କରି କମ୍ପାନୀ ମାଲିକଙ୍କୁ ଅଭିଯୁକ୍ତ ମାନେ ଦାଦା ବଟି ପାଇଁ ଫୋନ ମାଧ୍ୟମରେ ଧମକ ଦେଇ ଆସୁଥିଲେ । ଯାହା ଟାଙ୍ଗୀ ଥାନା ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଟାଙ୍ଗୀ ପୋଲିସ ଏକ ଟିମ ଗଠନ କରି ଅଭିଯୁକ୍ତ ମାନଙ୍କୁ ଖୋଜିବା ଆରମ୍ଭ କରି ଦେଢମାସ ପରେ ଧରିବାରେ ସକ୍ଷମ ହୋଇଥିଲା । କଟକ ବାଦାମବାଡି ଥାନା ଅଞ୍ଚଳର ଲିକୁ ବାରିକ, ଟାଙ୍ଗୀ ଥାନା କନ୍ଦରକଣା ସତ୍ୟଜିତ ଦେବବ୍ରତ ସାହୁ ଓ ଟାଙ୍ଗୀ ହରିଜନ ସାହି ବିଜୟ କୁମାର ଜେନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସତ୍ୟଜିତ ଏହି କମ୍ପାନୀ ରେ କାମ କରୁଥିବା ବେଳେ ସମସ୍ତ ଖବର ଦେଉଥିବା ସାମ୍ବାଦିକ ସମ୍ମିଳନୀରେ ଗ୍ରାମାଞ୍ଚଳ ଆଡିସନାଲ ଏସପି ଦେବବ୍ରତ ବରାଳ କହିଛନ୍ତି । ଲିକୁନଙ୍କ ନାମରେ ମଧ୍ୟ ଏକାଧିକ ମାମଲା ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ମାଷ୍ଟର ମାଇଣ୍ଡ ଓ ଅନ୍ୟ କିଛି ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking