30.1 C
Bhubaneswar
Sunday, May 19, 2024
Homeଅପରାଧପରକୀୟା ପ୍ରୀତି ପାଇଁ ହଟହଟା ହେଲେ ପୋଲିସ ବାବୁ

ପରକୀୟା ପ୍ରୀତି ପାଇଁ ହଟହଟା ହେଲେ ପୋଲିସ ବାବୁ

ବଲାଙ୍ଗିର: ପରକୀୟା ପ୍ରୀତି ପାଇଁ ହଟହଟା ହେଲେ ପୋଲିସ ବାବୁ । ବଲାଙ୍ଗିର ରିଜର୍ଭ ପୋଲିସର ଜଣେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମଞ୍ଜିତ ସିଂହ ମାଝୀ ହଟହଟା ହୋଇଛନ୍ତି । ସେ ୭ ବର୍ଷ ତଳେ ବଙ୍ଗୋମୁଣ୍ଡା ଅଞ୍ଚଳର ଯୁବତୀଙ୍କୁ ବିବାହ କରିଥିଲେ । ତାଙ୍କର ପୁଅଟିଏ ମଧ୍ୟ ଅଛି । ହେଲେ କିଛି ଦିନ ହେବ, ପୋଲିସ ବାବୁଙ୍କ ହାବ ଭାବରେ ଟିକେ ପରିବର୍ତ୍ତନ ଦେଖିଥିଲେ ପତ୍ନୀ । ଯାହାଫଳରେ ତାଙ୍କ ମନରେ ସନ୍ଦେହ ଉପୁଜିଥିଲା । ପରେ ସ୍ୱାମୀଙ୍କୁ ଏନେଇ ସେ ପ୍ରଶ୍ନ ମଧ୍ୟ କରିଥିଲେ । ହେଲେ ତାଙ୍କଠାରୁ କିଛି ବି ସନ୍ତୋଷ ଜନକ ଉତ୍ତର ପାଇନଥିଲେ ।

ଏହାପରେ ସେ ଚୁପ୍ ହୋଇଯାଇଥିଲେ । ହେଲେ ମନରେ ସନ୍ଦେହ ଥିବାରୂ ସେ ସ୍ୱାମୀଙ୍କୁ ଗତି ବିଧି ଉପରେ ନଜର ରଖୁଥିଲେ । ଅଚାନକ ଗତକାଲି ରାତିରେ ପୋଲିସ ବାବୁ ହାତୀଶାଳ ପଡ଼ାରେ ରହୁଥିବା ତାଙ୍କ ପ୍ରେମିକାଙ୍କ ଘରକୁ ଯାଇଥିବା ବେଳେ ଚଢଉ କରିଥିଲେ ପତ୍ନୀ । ଟାଉନ୍ ପୋଲିସର ପିସିଆର ଭ୍ୟାନ୍ ଆସି ପୋଲିସ କର୍ମଚାରୀଙ୍କୁ ଉଠାଇ ନେଇଥିଲା । ତେବେ ଏନେଇ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking