32.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶସବୁଠାରୁ ଅଧିକ ମନ୍ଦିର ଥିବା ସ୍ଥାନ

ସବୁଠାରୁ ଅଧିକ ମନ୍ଦିର ଥିବା ସ୍ଥାନ

ଚେନ୍ନାଇ: ଆମ ଦେଶ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ବିଭିନ୍ନ ଧର୍ମର ଲୋକ ବସବାସ କରନ୍ତି । ଏଠାରେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ଜୈନ, ପାର୍ସୀ ଏବଂ ଅନ୍ୟ ଧର୍ମ ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି । ସବୁ ଧର୍ମ ମଧ୍ୟରୁ ହିନ୍ଦୁ ଧର୍ମାବଲମ୍ବୀଙ୍କ ସଂଖ୍ୟା ସର୍ବାଧିକ । ହିନ୍ଦୁ ଧର୍ମର ପ୍ରାୟ ୯୭ କୋଟି ଲୋକ ଭାରତରେ ରୁହନ୍ତି । ଯାହାକି ଭାରତର ମୋଟ ଜନସଂଖ୍ୟାର ୭୯% ଅଟେ | ସେଥିପାଇଁ ଭାରତରେ ଅନେକ ମନ୍ଦିର ରହିଛି । | ଯାହାର ଏକ ନିଜସ୍ୱ ଇତିହାସ ରହିଛି । ତେବେ ଆପଣ ଜାଣନ୍ତି କି କେଉଁ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମନ୍ଦିର ଅଛି? ଆସନ୍ତୁ ଜାଣିବା |ଆମ ଦେଶର ଦକ୍ଷିଣରେ ରହୁଥିବା ଲୋକମାନେ ଅତ୍ୟନ୍ତ ଧାର୍ମିକ ସ୍ଵଭାବର ହୋଇଥାଆନ୍ତି । ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶରେ ଅବସ୍ଥିତ ତିରୁପତି ବାଲାଜୀ ମନ୍ଦିର ହିନ୍ଦୁମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାସନା ପୀଠ ଅଟେ । କୋଟି କୋଟି ଭକ୍ତ ସେଠାକୁ ଭଗବାନଙ୍କ ଦର୍ଶନ ପାଇଁ ପହଞ୍ଚିଥାଆନ୍ତି । ଏହି ମନ୍ଦିର ଭାରତର ସବୁଠାରୁ ଧନୀ ମନ୍ଦିର ମଧ୍ୟରେ ଗଣାଯାଏ । ତେବେ ସବୁଠାରୁ ଅଧିକ ମନ୍ଦିର ଥିବା ରାଜ୍ୟ ମଧ୍ୟ ସେହି ଦକ୍ଷିଣରେ ରହିଛି । ଦକ୍ଷିଣ ଭାରତର ତାମିଲନାଡୁରେ ସର୍ବାଧିକ ମନ୍ଦିର ରହିଛି । ଏକ ଆକଳନ ଅନୁଯାୟୀ ତାମିଲନାଡୁରେ ପ୍ରାୟ ୪୦,୦୦୦ ମନ୍ଦିର ଅଛି । ଯେଉଁଥିରୁ ଅନେକ ମନ୍ଦିର ଶହ ଶହ ବର୍ଷ ପୁରୁଣା ମନ୍ଦିର । ଏହି କାରଣରୁ ତାମିଲନାଡୁକୁ ମନ୍ଦିରମାଳିନୀ ରାଜ୍ୟ ମଧ୍ୟ କୁହାଯାଏ ।ତାମିଲନାଡୁରେ ଅନେକ ପ୍ରସିଦ୍ଧ ମନ୍ଦିର ଅଛି । ଯେଉଁଠାକୁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଯାଇଥାଆନ୍ତି । ମଦୁରାଇରେ ଅବସ୍ଥିତ ମୀନାକ୍ଷୀ ମଦୁରାଇ ମନ୍ଦିର ବହୁତ ପ୍ରସିଦ୍ଧ । ଏହି ମନ୍ଦିରର ଇତିହାସ ୩୫୦୦ ବର୍ଷ ପୁରୁଣା ବୋଲି କୁହାଯାଏ । ଏହି ମନ୍ଦିର ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ମନ୍ଦିର ଅଟେ । ରମେଶ୍ୱରମରେ ଅବସ୍ଥିତ ରାମନାଥ ସ୍ଵାମୀ ମନ୍ଦିର ମଧ୍ୟ ଭକ୍ତମାନଙ୍କ ପାଇଁ ବିଶେଷ ମହତ୍ତ୍ଵ ରଖିଥାଏ । ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଏଠାରେ ଅବସ୍ଥିତ | ଏହା ସହିତ ଚିଦାମ୍ବରମରେ ଅବସ୍ଥିତ ନଟରାଜ ମନ୍ଦିର ଏବଂ ଚେନ୍ନାଇରେ ଅବସ୍ଥିତ କପାଳିଶ୍ୱର ମନ୍ଦିର ମଧ୍ୟ ଶ୍ରଦ୍ଧାଳୁମାନଙ୍କ ପାଇଁ ଭକ୍ତିର ମୁଖ୍ୟ କେନ୍ଦ୍ର ଅଟେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking